କୋଭାକ୍ସିନ୍‌କୁ ମିଳିଲାନି ଗ୍ରୀନ୍‌ ସିଗ୍‌ନାଲ୍‌, ଗଡ଼ାଇଲେ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

କୋଭାକ୍ସିନ୍‌କୁ ମିଳିଲାନି ଗ୍ରୀନ୍‌ ସିଗ୍‌ନାଲ୍‌, ଗଡ଼ାଇଲେ ଦିନ

ନୂଆଦିଲ୍ଲୀ: ମଉଳିଲା ଆଶା, ଗଡିଲା ଦିନ। ପୁଣି ଝୁଲିଲା ଭାଗ୍ୟ। ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍‌କୁ ମିଳିଲାନି ଗ୍ରୀନ୍‌ ସିଗ୍‌ନାଲ। ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଲଟକିଲା କୋଭାକ୍ସିନର ଭାଗ୍ୟ। ଜରୁରୀକାଳୀନ ଅନୁମତି ପାଇଁ WHOର ଗ୍ରୀନ ସିଗନାଲ ମିଳିଲାନି।

ଗତକାଲି ଏ ନେଇ WHOର ଟେକ୍ନିକାଲ୍ ଟିମର ବୈଠକ ବସିଥିଲା। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନର ସମସ୍ତ ରିପୋର୍ଟକୁ ନେଇ ତଜର୍ମା କରିଥିଲା ଟେକ୍ନିକାଲ୍ ଟିମ। ଏହି ଅବସରରେ ବରିଷ୍ଠ ବୈଜ୍ଞାନିକମାନେ ସମସ୍ତ ଦିଗକୁ ତଜର୍ମା କରିବା ପରେ ଭାରତ ବାୟୋଟେକକୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିଛନ୍ତି । ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ। ଏଥିରେ କୋଭାକସିନକୁ ନେଇ ଆଲୋଚନା କରିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ଏପ୍ରିଲ୍ ୧୯ ତାରିଖରେ କୋଭାକସିନର ଜରୁରିକାଳୀନ ଅନୁମତି ପାଇଁ WHO ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍ । ଏହା ପୂର୍ବରୁ WHO ମୁଖପାତ୍ର ମାର୍‌ଗ୍ରେଟ୍ ହାରିସ୍ ମିଳିତ ଜାତିସଂଘର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ଯଦି ସବୁକିଛି ଠିକ ରୁହେ ଏବଂ ସବୁକିଛି ଠିକ ହୁଏ। ଯଦି କମିଟି ତଥ୍ୟରେ ସନ୍ତୁଷ୍ଟ, ତେବେ ୨୪ ଘଣ୍ଟା ମଧ୍ୟରେ ଏହି ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିପାରିବ।

ସାରା ବିଶ୍ୱରେ କରୋନା ଭୂତାଣୁକୁ ମାତ୍‌ ଦେବା ପାଇଁ WHO ବର୍ତ୍ତମାନଯାଏଁ ୭ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି। ଏଥିରେ ମଡେର୍ଣ୍ଣା, ଫାଇଜର, ଜନ୍‌ସନ ଆଣ୍ଡ ଜନ୍‌ସନ, ଆଷ୍ଟ୍ରାଜେନେକା, କୋଭିସିଲ୍ଟ, ସିନୋଫୋର୍ସ ଏବଂ ସିନୋବ୍ୟାକ୍‌ ଟିକା ସାମିଲ ଅଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଯାଏଁ ଭରତ ବାୟୋଟେକର କୋଭାକ୍ସିନ ବ୍ୟବହାରକୁ ଆନୁଷ୍ଠାନିକ ଅନୁମୋଦନ ଦେଇନାହିଁ।

ସୂଚନା ମୁତାବକ ଏବେ ସାରା ଦେଶରେ ବୟସ୍କ ଓ ଶାବାଳକଙ୍କୁ ଏହି ଭାରୟ ବାୟୋଟେକର କୋଭାକସିନ୍ ଟିକା ଦିଆଯାଉଛି । କରୋନାର ମୂଳ ଭ୍ୟାରିଆଣ୍ଟ ବିରୋଧରେ ଏହା ୭୭.୮ ପ୍ରତିଶତ ଓ ଡେଲ୍ଟା ଭ୍ୟାରିଆଣ୍ଟ ବିରୋଧରେ ୬୫.୩ ପ୍ରତିଶତ ପ୍ରଭାବଶାଳୀ ଅଟେ।

The post କୋଭାକ୍ସିନ୍‌କୁ ମିଳିଲାନି ଗ୍ରୀନ୍‌ ସିଗ୍‌ନାଲ୍‌, ଗଡ଼ାଇଲେ ଦିନ appeared first on Odisha Reporter.



from Odisha Reporter https://ift.tt/3pBl838

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages