ରାଜ୍ୟରେ ପୁଣି ଗୋଟିଏ ଦିନରେ ୫ ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ରାଜ୍ୟରେ ପୁଣି ଗୋଟିଏ ଦିନରେ ୫ ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଦିନର ବ୍ରେକ୍‌ ପରେ ରାଜ୍ୟରେ ପୁଣି ଗୋଟିଏ ଦିନରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୦ଜଣ ଅଛନ୍ତି।

୫୪୯ କରୋନା ଆକ୍ରାନ୍ତ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୩୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ୱରରୁ ୧୨, ବରଗଡ଼ରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ଜଣେ, କଟକରୁ ୫୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୯, ଯାଜପୁରରୁ୧୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ୪, କେନ୍ଦ୍ରାପଡ଼ାରୁ ୭, କୋରାପୁଟରୁ ୩, ମୟୂରଭଞ୍ଜରୁ୧୩, ନୟାଗଡ଼ରୁ୧୦, ପୁରୀରୁ ୯, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ୧୬, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୬୭ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୯,୮୧୮ କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦,୨୬,୭୭୪ ଜଣ ସୁସ୍ଥ ହୋଇ ସାରିଲେଣି। ୪,୬୭୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୨ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୩୧୮ କୁ ବୃଦ୍ଧି ପାଇଛି।

ଏହି  ଦୁଇ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଅଛନ୍ତି। ଅନୁଗୋଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୧୭୩ ଜଣଙ୍କର ମୃତ୍ୟୁ ଘଟିଛି।

The post ରାଜ୍ୟରେ ପୁଣି ଗୋଟିଏ ଦିନରେ ୫ ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3nwfAUW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages