୬ ବର୍ଷ ପରେ ଫାଇନାଲରେ କୋଲକାତା, ୨୦୧୨ର ବଦଲା ନେବ କି ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

୬ ବର୍ଷ ପରେ ଫାଇନାଲରେ କୋଲକାତା, ୨୦୧୨ର ବଦଲା ନେବ କି ଚେନ୍ନାଇ

ଦୁବାଇ: ଚଳିତ ଆଇପିଏଲର ୧୩ତମ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଟ୍ରଫି ଟକ୍କର ପାଇଁ ଦୁଇଟି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଗୋଟିଏ ପଟେ ୩ଥରର ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଥିବା ବେଳେ ଅନ୍ୟପଟେ ରହିଛି ଦୁଇ ଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ। ଦୀର୍ଘ ୬ ବର୍ଷ ପରେ କୋଲକାତା ଆଇପିଏଲର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ହେଲେ ଦଳ ଆଗରେ ଏବେ ଚେନ୍ନାଇ ଭଳି ଶକ୍ତିଶାଳୀ ଦଳ ରହିଛି।

କୋଲକାତା ଆଇପିଏଲର ତୃତୀୟ ଦଳ ଭାବେ ଏଲିମିନେଟର ମ୍ୟାଚ୍ ଖେଳି ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛି। ପୂର୍ବରୁ କେବଳ ଚେନ୍ନାଇ(୨୦୧୩) ଓ ସନରାଇଜର୍ସ ହାଇଦ୍ରାବାଦ(୨୦୧୮)ରେ ଏପରି କୀର୍ତ୍ତିମାନ କରିଥିଲେ। ଏବେ ଏହି କ୍ଲବରେ କୋଲକାତା ସାମିଲ ହୋଇଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇଥର ଆଇପିଏଲ ଟ୍ରଫି ଜିତିଥିବା କୋଲକାତା କେବେ ହେଲେ ଫାଇନାଲରେ ପରାସ୍ତ ହୋଇନି। ୨୦୧୨ରେ କୋଲକାତା ଧୋନିଙ୍କ ଚେନ୍ନାଇଙ୍କୁ ୫ ୱିକେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚ୍‌ରେ ମନଭିନ୍ଦର ବିସଲା ୪୮ ବଲ୍‌ରେ ବିସ୍ଫୋରକ ୮୯ ରନ୍‌ର ଇନିଂସ ଖେଳିଥିଲେ।

ସେହିପରି ୨୦୧୪ରେ ଦଳ କିଙ୍ଗସ ଏକାଦଶ ପଞ୍ଜାବ(ବର୍ତ୍ତମାନ ପଞ୍ଜାବ କିଙ୍ଗସ)କୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଋଦ୍ଧିମାନ ସାହା ୧୧୫ ରନ୍‌ର ଇନିଂସ ଖେଳିଥିଲେ। କିନ୍ତୁ ମନୀଷ ପାଣ୍ଡେଙ୍କ ୯୪ ଓ ପୀୟୂଷ ଚାୱଲାଙ୍କ ଚମତ୍କାର ବିସ୍ଫୋରକ ବ୍ୟାଟିଂ ବଳରେ କୋଲକତା ୩ ୱିକେଟରେ ବାଜିମାତ କରିଥିଲା।

୨୦୧୪ ପରଠାରୁ ଦଳ କେବେ ହେଲେ ଫାଇନାଲରେ ପ୍ରବେଶ କରିପାରି ନଥିଲା। ୨୦୧୫ରେ ଦଳ ୫ନଂ, ୨୦୧୬ରେ ୪ନଂ, ୨୦୧୭ରେ ୩ନଂ, ୨୦୧୮ରେ ୩ନଂ, ୨୦୧୯ରେ ୫ ନଂ ଓ ୨୦୨୦ରେ ମଧ୍ୟ ୫ନଂ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। କିନ୍ତୁ ୨୦୨୧ରେ ଦଳ ଫାଇନାଲରେ ପ୍ରବେଶ କରିଛି।

୨୦୧୨ରେ ଧୋନିଙ୍କୁ ହରାଇଥିବା କୋଲକାତା ପାଖରେ ଏବେ ଇତିହାସର ପୁନରାବୃତ୍ତି କରିବାର ସୁଯୋଗ ରହିଛି। କିନ୍ତୁ ଆଇପିଏଲରେ ୯ମ ଥର ପାଇଁ ଫାଇନାଲରେ ପ୍ରବାଶ କରିଥିବା ଚେନ୍ନାଇ ବଦଲା ନେବାରେ ବେଶ ମାହିର। ୨୦୧୨ ଫାଇନାଲ ବଦଲା ଦଳ ୨୦୨୧ରେ ନେବାକୁ ଲକ୍ଷ୍ୟ ରଖିଛି।

୨୦୧୨ ଫାଇନାଲରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୯୦ ରନ୍‌ର ବିଶାଳ ସ୍କୋର କରିଥିଲା। ହେଲେ ବିସଲା ଦଳର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ସେ ୪୮ ବଲରେ ୮୯ ରନ୍‌ର ଇନିଂସ ଖେଳିଥିବା ବେଳେ ଜ୍ୟାକ କାଲିସ ୬୯ ରନ୍‌ କରିଥିଲେ। ଫଳରେ କୋଲକାତା ୧୯.୧ ଓଭର୍‌ରେ ୧୯୨ ରନ୍‌ କରି ମ୍ୟାଚ୍‌ ଜିତିବା ସହ ପ୍ରଥମଥର ପାଇଁ ଆଇପିଏଲରେ ଚାମ୍ପିୟନ ହେବାର ଗୌରବ ଲାଭ କରିଥିଲା।

ଅନ୍ୟପକ୍ଷରେ ଆଇପିଏଲର ଦ୍ୱିତୀୟ ଭାଗରେ କୋଲକାତା ଜବରଦସ୍ତ ପ୍ରଦର୍ଶନ କରି ନିଜ ଭାଗ୍ୟ ବଦଳାଇବାକୁ ସକ୍ଷମ ହୋଇଛି। କରୋନା ପାଇଁ ଭାରତରେ ଖେଳା ଯାଉଥିବା ଆଇପିଏଲ ଅଧାରୁ ବନ୍ଦ ହୋଇଥିଲା। ଏହି ସମୟରେ କୋଲକାତା ୭ଟି ମ୍ୟାଚରୁ ମାତ୍ର ୫ଟିରେ ଜିତି ପାରିଥିଲା। ହେଲେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା କ୍ଷଣି କୋଲକାତା ବିଜୟ ଟ୍ରାକକୁ ଫେରିଥିଲା। ଏବେ ଇଓନ ମୋର୍ଗାନଙ୍କ କୋଲକାତା ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଗ୍ରୁପ୍ ପର୍ଯ୍ୟାୟ ଲଢ଼େଇରେ କୋଲକାତା ୧୪ଟି ମ୍ୟାଚରୁ ୭ଟି ମ୍ୟାଚ୍ ଜିତି ପ୍ଲେଅଫକୁ କ୍ୱାଲିଫାୟ କରିଥିଲା। ଦଳ ୪ର୍ଥ ସ୍ଥାନରେ ଥିବାରୁ ପ୍ରଥମେ ଏଲିମିନେଟର ଓ ପରେ କ୍ୱାଲିଫାୟର-୨ ଖେଳିଥିଲା। କ୍ୱାଲିଫାୟର ୨ରେ କୋଲକାତା ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ଏବେ ଫାଇନାଲରେ ଦଳ ଚେନ୍ନାଇକୁ ଭେଟିବ।

The post ୬ ବର୍ଷ ପରେ ଫାଇନାଲରେ କୋଲକାତା, ୨୦୧୨ର ବଦଲା ନେବ କି ଚେନ୍ନାଇ appeared first on Odisha Reporter.



from Odisha Reporter https://ift.tt/3iZUpcn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages