୧୪ ଅକ୍ଟୋବର, ଗୁରୁବାର: ବାକି ପଡିଥିବା ଅର୍ଥ ଆଦାୟ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

୧୪ ଅକ୍ଟୋବର, ଗୁରୁବାର: ବାକି ପଡିଥିବା ଅର୍ଥ ଆଦାୟ ହେବ

ମେଷ: କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବା ସହିତ ମାନସମ୍ମାନ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ବୃଷ: ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣ ମନକୁ କଷ୍ଟ ହେବ। ଅଳସୁଆ  ଅନୁଭବ କରିବେ। ଭବିଷ୍ୟତ ପାଇଁ କୌଣସି ଯୋଜନା ପ୍ରସ୍ତୁତ କଲେ, ସେଥିରେ ବାଧାବିଘ୍ନ ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: ସ୍ୱାସ୍ଥ୍ୟରେ ବାଧାବିଘ୍ନ ଘଟିବ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳାଇବେ ଏବଂ ସମାଜସେବା କରିବେ।

କର୍କଟ: ଦୂର ବନ୍ଧୁଙ୍କ ସହିତ ମିତ୍ରତା ବୃଦ୍ଧି ହେବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢିବ। ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡିବ।

ସିଂହ: ବ୍ୟବସାୟରେ ଅଧିକ ଲାଭ ପାଇପାରିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ। ପାରିବାରିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

କନ୍ୟା: ବନ୍ଧୁଙ୍କ ସହିତ ମତଭେଦ ଘଟିବ। ସନ୍ତାନଙ୍କ ସ୍ୱଭାବକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ରହିବେ। ଭବିଷ୍ୟତ ଲାଗି ଉଚ୍ଚଚିନ୍ତା କରିବେ ଏବଂ ଅସହାୟଙ୍କୁ ସାହାଯ୍ୟ କରିବେ।

ତୁଳା: ମନ ଭିତରେ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ।

ବିଛା: ଆକସ୍ମିକ  ଭାବରେ ଧନଲାଭ ହେବ। ବ୍ୟବସାୟରେ ଲାଭ ପାଇପାରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।

ଧନୁ: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଚଲାନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ।  ସୁସ୍ୱାଦୁ ଭୋଜନ ସହିତ ଭ୍ରମଣ ଯୋଗ ରହିଛି।

କୁମ୍ଭ: ବ୍ୟବସାୟୀମାନଙ୍କର ଅର୍ଥହାନୀ ଘଟିବ। ବେକୟା ଅର୍ଥ ପ୍ରାପ୍ତି ପାଇଁ ବିବାଦ ହେବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ।

ମୀନ: ଗୁପ୍ତ ଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ଏବଂ ପ୍ରଂଶସିତ ହେବେ।

 

The post ୧୪ ଅକ୍ଟୋବର, ଗୁରୁବାର: ବାକି ପଡିଥିବା ଅର୍ଥ ଆଦାୟ ହେବ appeared first on Odisha Reporter.



from Odisha Reporter https://ift.tt/3DCsPK6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages