ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ପୁଲିସ୍। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତ ୩ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରୁ ୨ଟି ବନ୍ଧୁକ ବି ଜବତ କରାଯାଇଛି। ପ୍ରେସ୍ମିଟ୍ରେ ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ ।
ସୂଚନା ଅନୁଯାୟୀ, ତୁଳସୀ ପାହାଡ଼ରେ ପ୍ରାୟ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ କ୍ୟାଡର ନକ୍ସଲ ଥିଲେ। ଏହି ନକ୍ସଲମାନେ ୨ ଦିନରୁ ଊର୍ଦ୍ଧ୍ୱ ହେବ ସେଠାରେ ଶିବିର କରି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସଂଗଠନରେ ସାମିଲ କରୁଥିଲେ।
ଆଜି ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ସହିତ ପୁଲିସ୍ ଆଖପାଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଲାଇଛି।
The post ତୁଳସୀ ପାହାଡ଼ରେ ମୁହାଁମୁହିଁ, ପୁଲିସ୍ ଗୁଳିରେ ୩ ନକ୍ସଲ ନିହତ appeared first on Odisha Reporter.
from Odisha Reporter https://ift.tt/3lyMtjY
No comments:
Post a Comment