ଦିଲ୍ଲୀ ପୁଲିସ୍‌ ମୁଖ୍ୟଙ୍କ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ଦିଲ୍ଲୀ ପୁଲିସ୍‌ ମୁଖ୍ୟଙ୍କ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କମିଶନର ଭାବେ ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଗୁଜରାଟ କ୍ୟାଡର ଆଇପିଏସ ରାକେଶଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇବାକୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିଏପ ପାଟିଲଙ୍କ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଛନ୍ତି। ସର୍ଭିସ ପ୍ରସଙ୍ଗରେ କୌଣସି ପ୍ରକାରର ଜନସ୍ୱାର୍ଥ ମାମଲା ଗ୍ରହଣୀୟ ବୋଲି ଖଣ୍ଡପୀଠ କହିଛନ୍ତି। ଆଇପିଏଲ ରାକେଶ ଆସ୍ଥାନାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଦିଲ୍ଲୀ ପୁଲିସ୍ ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଥିଲା।

ଏପରି ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଆବେଦନକାରୀ କହିଥିଲେ। ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ କାର୍ଯ୍ୟକାଳ ଶେଷ ହେବାକୁ ୬ ମାସରୁ କମ ସମୟ ଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି କରାଯାଇ ପାରିବ ନାହିଁ। ରାକେଶ ଆସ୍ଥାନାଙ୍କ କ୍ଷେତ୍ରରେ ଏହାର ପାଳନ ହୋଇନି।

ସେହିପରି ଦିଲ୍ଲୀ ପୁଲିସ୍‌ କମିଶନର ଭାବେ ରାକେଶ ଆସ୍ଥାନାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କୌଣସି ପ୍ରକାରର ୟୁପିଏସ୍‌ସି ପ୍ୟାନେଲ ମଧ୍ୟ ଗଠନ କରି ନଥିଲା। ୬ ମାସିଆ ରୁଲ ପାଇଁ ଉଚ୍ଚସ୍ତରୀୟ କମିଟି ସିବିଆଇ ମୁଖ୍ୟ ଭାବେ ରାକେଶ ଆସ୍ଥାନଙ୍କ ନିଯୁକ୍ତି ସୁପାରିସକୁ ଖାରଜ କରିଥିଲେ। ଏପରି ସ୍ଥିତିରେ ସେ ଦିଲ୍ଲୀ ପୁଲିସ୍‌ କମିଶନ କେମିତି ହେବେ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ।

କୋର୍ଟ ଏପରି ଆବେଦନ ପରେ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ନୋଟିସ କରିଥିଲେ। କେନ୍ଦ୍ର ସରକାର କାର୍ଯ୍ୟ ଦକ୍ଷତା ଓ ବର୍ତ୍ତମାନର ସ୍ଥିତିକୁ ଦେଖି ରାକେଶ ଆସ୍ଥାନା ନିଯୁକ୍ତିକୁ ଠିକ୍‌ ବୋଲି ଯୁକ୍ତି ଉପସ୍ଥାପନା କରିଥିଲେ। ରାକେଶ ଆସ୍ଥାନା ମଧ୍ୟ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସୋଶାଲ ମିଡିଆରେ ତାଙ୍କ ଛବିକୁ ମଳିନ କରିବା ପାଇଁ ଜାଣିଶୁଣି ଅପ୍ରଚାର କରୁଥିବା ମଧ୍ୟ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଅବଗତ କରାଇଥିଲେ। ଶେଷରେ କୋର୍ଟ ତାଙ୍କ ବିରୋଧରେ ଆସିଥିବା ଆବେଦନକୁ ଖାରଜ କରିଛନ୍ତି।

The post ଦିଲ୍ଲୀ ପୁଲିସ୍‌ ମୁଖ୍ୟଙ୍କ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ appeared first on Odisha Reporter.



from Odisha Reporter https://ift.tt/3aryEgS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages