ନୂଆଦିଲ୍ଲୀ: ନୂଆଦିଲ୍ଲୀର ଗୁରୁଗ୍ରାମର ସେକ୍ଟର-୧୨ରେ ନମାଜ ପାଠକୁ ବିରୋଧ କରି ବଜରଙ୍ଗ ଦଳର କର୍ମକର୍ତ୍ତା ଦେଇଥିବା ଜୟ ଶ୍ରୀରାମ ନାରାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଏଥିସହ ଏହାର ଭିଡିଓକୁ ନିଜ ଟ୍ୱିଟର ପେଜ୍ରେ ଅପଲୋଡ କରି ହିନ୍ଦୁ ହୋଇଥିବାରୁ ଖୁବ୍ ଲଜ୍ଜିତ ଅନୁଭବ କରୁଥିବା ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ପୁରା ଘଟଣାକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଅଭିନେତ୍ରୀଜଣକ।
ସୂଚନାଯୋଗ୍ୟ, ଗତକାଲି ମୁସଲିମ ସଂପ୍ରଦାୟର ଲୋକମାନେ ଗୁରୁଗ୍ରାମର ସେକ୍ଟର-୧୨ରେ ଥିବା ଗୋଟିଏ ଘରୋଇ ଜମିରେ ଶାନ୍ତିପୂର୍ଣ୍ଣ ଭାବେ ନମାଜ ପାଠ କରୁଥିଲେ। ଏହି ସମୟରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସହ କିଛି ଲୋକ ଏହାକୁ ବିରୋଧ କରି ଜୟ ଶ୍ରୀରାମ ନାରା ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା।
ସେକ୍ଟର ୪୭ରେ ମଧ୍ୟ ସମାନ ଘଟଣା ଘଟିଛି। ଏଠାରେ ସରକାରୀ ଜମିରେ ନମାଜ ପାଠକୁ ବିରୋଧ କରାଯାଇଛି। ବିକ୍ଷୋଭକାରୀମାନେ ସରକାରୀ ଜମିରେ ସମୂହ ନମାଜ ପାଠକୁ ବନ୍ଦ କରିବା ସହ ଘର ଭିତରେ ପ୍ରାର୍ଥନା କରିବାକୁ ଦାବି କରିଛନ୍ତି।
ଗତକାଲି ସାମ୍ନାକୁ ଆସିଥିବା ଭିଡିଓରେ ମୁସଲିମ ସଂପ୍ରଦାୟର ଲୋକମାନେ ସେକ୍ଟର ୧୨ରେ ନମାଜ ପାଠ କରୁଥିବା ବେଳେ ରାଜ୍ୟର ରାପିଡ ଆକ୍ସନ ଟିମ୍ର ସଦସ୍ୟମାନେ ସେଠାରେ ଉପସ୍ଥିତ ରହିଥିଲେ। ମୁସଲିମମାନେ ସମୂହ ନମାଜ ପାଠ କରୁଥିବା ବେଳେ ବ୍ୟାରିକେଡ୍ ବାହାରେ ସେମାନଙ୍କୁ ବିରୋଧ କରି କିଛି ଲୋକ ଜୟଶ୍ରୀରାମ ନାରା ଦେଇଥିଲେ।
ପୁଲିସ୍ ସେମାନଙ୍କୁ ମଧ୍ୟ ଅଟକାଇଥିଲା। ନମାଜକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଓକିଲ କୁଳଭୂଷଣ ଭରଦ୍ୱାଜ ମଧ୍ୟ ରହିଥିଲେ। ସେ ପୁଲିସ୍ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ବିଜେପିର ପୂର୍ବତନ ନେତା ଭରଦ୍ୱାଜ ଜାମିଆ ମିଲିଆ ଗୁଳିକାଣ୍ତର ଅଭିଯୁକ୍ତ ସପକ୍ଷରେ ମାମଲା ଲଢ଼ୁଥିଲେ। ଦୀର୍ଘ ସମୟ ଧରି ବ୍ୟାରିକେଡ ବାହାରେ ଛକାପଞ୍ଝା ଲାଗି ରହିବା ପରେ ଜୟଶ୍ରୀରାମ ନାରା ଦେଉଥିବା ଲୋକମାନେ ଚାଲି ଯାଇଥିଲେ।
ସେକ୍ଟର ୧୨ ଓ ସେକ୍ଟର ୪୭ରେ ମୁସଲିମମାନେ ନମାଜ ପାଠ କରୁଥିବା ଅଞ୍ଚଳଗୁଡ଼ିକ ସରକାରୀ ଅନୁମୋଦନପ୍ରାପ୍ତ। ନମାଜ ପାଠ ପାଇଁ ସରକାର ଚିହ୍ନଟ କରିଥିବା ୩୭ଟି ଖୋଲା ସ୍ଥାନ ମଧ୍ୟରେ ଏହି ଦୁଇ ଜମି ରହିଛି। ତଥାପି ନମାଜ ପାଠକୁ ବିରୋଧ କରି ଜୟଶ୍ରୀରାମ ନାରା ଶୁଣିବାକୁ ମିଳିଛି।
୨୦୧୮ରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏହାପରେ ଗୁରୁଗ୍ରାମ ପ୍ରଶାସନ ସମୂହ ନମାଜ ପାଠ ପାଇଁ ୩୭ଟି ସ୍ଥାନ ଚିହ୍ନଟ କରିଥିଲା। ସେକ୍ଟର ୪୭ରେ ୪ ସପ୍ତାହ ହେଲାଣି ନମାଜ ପାଠକୁ ବିରୋଧ କରାଯାଉଛି। ଏଠାକାର ଲୋକମାନଙ୍କ କହିବା କଥା ଯେ ଅସାମାଜିକ ବ୍ୟକ୍ତି କିମ୍ବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏହି ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ‘ପ୍ରାର୍ଥନା’ର ବାହାନା କରୁଛନ୍ତି। ସେମାନେ ପ୍ରାର୍ଥନା ବାହାନାରେ ଆସି ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଏସିପି ଅମାନ ଯାଦବ ସ୍ଥାନୀୟ ଲୋକଙ୍କ ସହ ଅନେକ ରାଉଣ୍ଡ ଆଲୋଚନା କରିଛନ୍ତି। ତଥାପି ଏଯାଏ ଦୁଇ ପକ୍ଷଙ୍କ ମଧ୍ୟରେ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।
ସ୍ୱରାଙ୍କ ଏହି ଟ୍ୱିଟକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ୟୁଜର ତାଙ୍କୁ ସପୋର୍ଟ କରିଥିବା ବେଳେ ଆଉ କିଛି ତାଙ୍କ କମେଣ୍ଟକୁ ନାପସନ୍ଦ କରିଛନ୍ତି। ଏପରିକି ଜଣେ ୟୁଜର ଲେଖିଛନ୍ତି ପ୍ରତି ସପ୍ତାହରେ ସର୍ବସାଧାରଣ ଜାଗାରେ ପ୍ରାର୍ଥନା ବାହାନାରେ ଅନ୍ୟମାନଙ୍କ ଶାନ୍ତି ଭଙ୍ଗ କରିବା କ’ଣ ଆପଣଙ୍କ ପାଇଁ ଗର୍ବର ବିଷୟ। ହିନ୍ଦୁ ହୋଇଥିବାରୁ ଲଜ୍ଜିତ ବୋଲି ସ୍ୱରାଙ୍କ କମେଣ୍ଟକୁ ଟାର୍ଗେଟ କରି ଜଣେ ୟୁଜର ଲେଖିଛନ୍ତି, ଜଣେ ହିନ୍ଦୁ ହିସାବରେ ମୁଁ ଲଜ୍ଜିତ ଯେ, ଆପଣ ଜଣେ ହିନ୍ଦୁ
As a Hindu I’m ashamed! https://t.co/26OfIqTeHO
— Swara Bhasker (@ReallySwara) October 22, 2021
The post ‘ହିନ୍ଦୁ ହୋଇଥିବାରୁ ମୁଁ ଲଜ୍ଜିତ’ appeared first on Odisha Reporter.
from Odisha Reporter https://ift.tt/3jsSD3L
No comments:
Post a Comment