ଏନ୍‌ସିବି ଅଫିସ୍‌ରେ ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କ ଉପରେ ରାଗିଗଲେ ସମୀର, କ’ଣ କହିଲେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ଏନ୍‌ସିବି ଅଫିସ୍‌ରେ ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କ ଉପରେ ରାଗିଗଲେ ସମୀର, କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶୁକ୍ରବାର ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଫିସ୍‌ରେ ହାଜର ହେବାକୁ ହାଜର ହେବାକୁ କୁହାଯାଇଥିଲା। ଗତକାଲି ଦିନ ୧୧ଟା ବେଳେ ଏନ୍‌ସିବି ଅଫିସ୍‌ରେ ପହଞ୍ଚିବାକୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ଠାରୁ ୩ ଘଣ୍ଟା ବିଳମ୍ବରେ ଅନନ୍ୟା ଏନ୍‌ସିବି ଅଫିସ୍‌ରେ ପହଞ୍ଚିଥିଲେ।

ସେ ବିଳମ୍ବରେ ଆସିବାରୁ ମୁମ୍ବାଇରେ ଅବସ୍ଥାପିତ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ରାଗି ଯାଇଥିଲେ। ସୂଚନା ଅନୁଯାୟୀ, ୱାଙ୍ଖଡେ ତାଙ୍କୁ କହିଥିଲେ ଯେ ଏନ୍‌ସିବି ଏକ ପ୍ରଡକ୍ସନ ହାଉସ୍ ନୁହେଁ। ଏହା ଏକ କେନ୍ଦ୍ରୀୟ ସଂସ୍ଥାର ଅଫିସ୍‌। ଏହା ସହିତ ପରେ ଯେତେବେଳେ ତାଙ୍କୁ ଡକା ଯିବ ଠିକ୍ ସମୟରେ ଆସି ହାଜର ହେବାକୁ ୱାଙ୍ଖଡେ କହିଥିଲେ।

ଗତକାଲି ଦ୍ୱିତୀୟ ଥର ପାଇଁ ଅନନ୍ୟାଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ଅଫିସ୍‌କୁ ଡକା ଯାଇଥିଲା। ତା’ପୂର୍ବରୁ ଗୁରୁବାର ମଧ୍ୟ ସେ ଏନ୍‌ସିବି ଅଫିସରେ ଜେରାର ସମ୍ମୁଖୀନ ହୋଇଥିଲେ। ସେହିଦିନ ତାଙ୍କ ଘରେ ରେଡ୍ କରିବା ପରେ ପଚରାଉଚରା ପାଇଁ ଏନ୍‌ସିବି ପକ୍ଷରୁ ତାଙ୍କୁ ଅଫିସ୍‌କୁ ଡକା ଯାଇଥିଲା। ସେ ତାଙ୍କ ବାପାଙ୍କ ସହିତ ଆସିଥିଲେ ଓ ପ୍ରାୟ ୩ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା।

ମୁମ୍ବାଇ କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ଠାରୁ ମିଳିଥିବା କିଛି ହ୍ୱାଟ୍‌ସଆପ୍ ଚାଟ୍ ମେସେଜ ଆଧାରରେ ଏନ୍‌ସିବି ଅନନ୍ୟାଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଗଞ୍ଜେଇ ନେଇ ବାର୍ତ୍ତାଳପ ହୋଇଥିଲା। ଏଥିରେ ଅନନ୍ୟା କୁଆଡ଼େ ତାଙ୍କୁ ଗଞ୍ଜେଇ ଯୋଗେଇ ଦେବେ ବୋଲି କହିଥିଲେ। ସୂଚନା ଅନୁଯାୟୀ, ମଜାରେ ସେମିତି ଲେଖି ଦେଇଥିବା ନେଇ ଏନ୍‌ସିବିକୁ ଅନନ୍ୟା କହିଛନ୍ତି।

ଏନ୍‌ସିବି ସୂତ୍ରକୁ ଆଧାର କରି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଏଯାଏଁ ଅନନ୍ୟାଙ୍କ ବିରୋଧରେ ଏନ୍‌ସିବିକୁ କୌଣସି ପ୍ରମାଣ ମିଳି ନାହିଁ। ଗତକାଲି ଜେରା ବେଳେ ବି ଏନ୍‌ସିବିକୁ ସେମିତି କିଛି ପ୍ରମାଣ ମିଳିପାରି ନାହିଁ। ସେଥିପାଇଁ ତାଙ୍କୁ ସୋମବାର ପୁଣି ଥରେ ପଚରାଉଚରା ପାଇଁ ଡକାଯାଇଛି।

The post ଏନ୍‌ସିବି ଅଫିସ୍‌ରେ ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କ ଉପରେ ରାଗିଗଲେ ସମୀର, କ’ଣ କହିଲେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/30Jk2I2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages