ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଖାଲକଟାପାଟଣା ଠାରେ ଅଟୋ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ଚାରି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସମସ୍ତଙ୍କୁ ଆହତଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତ ମହିଳା ଜଣଙ୍କ ହେଲେ ସାଗରିକା କର। ଆହତମାନେ ହେଲେ ସାଗରିକାଙ୍କ ସ୍ୱାମୀ ରାକେଶ କର ଓ ତାଙ୍କ ଛୋଟ ଝିଅ, ଅଟୋ ଡ୍ରାଇଭର ପ୍ରଶାନ୍ତ ବେହେରା ଓ ଟ୍ରାଭେରା ଡ୍ରାଇଭର। ସାଗରିକାଙ୍କ ଘର ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ମିଳିଥିବା ସୂଚନା ଅନୁସାରେ, ରାକେଶଙ୍କ ପରିବାର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ବାଲିସାହିରେ ଥିବା ଏକ ଲଜ୍ରେ ରହୁଥିଲେ। ଆଜି ସକାଳେ ରାକେଶ, ତାଙ୍କ ସ୍ତ୍ରୀ ଓ ଝିଅ ଅଟୋ ଯୋଗେ କୋଣାର୍କ ବୁଲିବାକୁ ଯାଇଥିଲେ। ତେବେ ସେମାନେ କୋଣାର୍କ ବୁଲି ପୁରୀ ଫେରୁଥିବା ବେଳେ ଖାଲକଟାପାଟଣା ଠାରେ ଏକ ଟ୍ରାଭେରା ସହ ଅଟୋଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରାଭେରା ଗାଡ଼ିରେ ଡ୍ରାଇଭର ସହ ୭ ଜଣ ଯାତ୍ରୀ ଥିଲେ। ସେମାନଙ୍କର କିଛି ହୋଇ ନଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଟ୍ରାଭେରାର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।
The post ଅଟୋ-ଟ୍ରାଭେରା ମୁହାଁମୁହିଁ ଧକ୍କା appeared first on Odisha Reporter.
from Odisha Reporter https://ift.tt/3mQIhM2
No comments:
Post a Comment