କଟକ(ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁଳିମାଡ଼ର ଶିକାର ହେଲେ ପତ୍ନୀ। ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଗୁରୁତରଜଣକ ହେଲେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ଶକୁନ୍ତଳା ସାହୁ । ଦାଦାବଟିକୁ ନେଇ ଗତରାତିରେ ଏପରି ସାଂଘାତିକ ଘଟଣା ଘଟିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଦାଦାବଟିକୁ ନେଇ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କର କିଛି ଦୁର୍ବୃତ୍ତଙ୍କ ସହ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା। ଦୁର୍ବୃତ୍ତମାନେ ଧମକଚମକ ଦେଇ ଦାଦାବଟି ମାଗୁଥିବା ବେଳେ ଜିତେନ୍ଦ୍ର ସେମାନଙ୍କ କଥାକୁ ଖାତିର କରୁ ନ ଥିଲେ।
ଗତକାଲି ରାତି ପ୍ରାୟ ୧୨ଟାରେ ୨ ଦୁର୍ବୁତ୍ତ ଜିତେନ୍ଦ୍ରଙ୍କ ଘର କବାଟ ବାଡେଇ ଦାଦାବଟି ମାଗିଥିଲେ। ତେବେ ଜିତେନ୍ଦ୍ର କବାଟ ନ ଖୋଲିବାରୁ ଦୁର୍ବୃତ୍ତ ଗ୍ରିଲ ପଟେ ଜିତେନ୍ଦ୍ରଙ୍କୁ ଲକ୍ଷ କରି ଗୁଳି ଚଲେଇଥିଲେ। ମାତ୍ର ଶକୁନ୍ତଳା ସ୍ୱାମୀଙ୍କୁ ବଞ୍ଚାଇବାକୁ ତାଙ୍କୁ ଠେଲି ଦେଇଥିଲେ। ଫଳରେ ଗୁଳିଟି ତାଙ୍କ ଅଣ୍ଟାରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ଆଗରୁ ସେହି ଦୁର୍ବୃତ୍ତମାନେ ଆସି ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁରୀ ପୁଲିସ୍ ଉଭୟଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠିତ ହୋଇଛି। ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ ଅଭିଯୁକ୍ତଙ୍କ ପତ୍ତା ମିଳିନି।
The post ଦୁର୍ବୃତ୍ତଙ୍କ ଗୁଳିମାଡ଼, ସ୍ୱାମୀଙ୍କୁ ଠେଲି ଛିଡ଼ା ହୋଇଗଲେ ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3AXorng
No comments:
Post a Comment