ଛକରୁ ଆସୁଛି କହି ଘରୁ ଆସିଥିଲେ, କାଠଯୋଡ଼ିରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 19, 2021

ଛକରୁ ଆସୁଛି କହି ଘରୁ ଆସିଥିଲେ, କାଠଯୋଡ଼ିରୁ ମିଳିଲା ମୃତଦେହ

କଟକ(ଓଡ଼ିଶା ରିପୋର୍ଟର):ଛକରୁ ଆସୁଛି କହି ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଘରୁ ଗତ ସନ୍ଧ୍ୟାରେ ବାହାରି ଆସିଥିବା ଯୁବକଙ୍କର ଆଜି ସକାଳୁ କାଠଯୋଡ଼ି ନଦୀରୁ ମିଳିଲା ମୃତଦେହ। ମୃତକ ହେଲେ ୨୮ ବର୍ଷୀୟ ସପନ କୁମାର ବେହେରା । ତାଙ୍କ ଘର ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୩ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ କୌଣସି ପାରିବାରିକ କଳହ ନ ଥିବା ବେଳେ ସପନ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନି।

ସୂଚନା ଅନୁଯାୟୀ, ସପନ କୁମାର ବେହେରା ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାମ କରୁଥିଲେ। ଗତ ସନ୍ଧ୍ୟାରେ ଛକରୁ ଆସୁଛି କହି ଘରୁ ବାହାରି ଆସିଥିଲେ ମଧ୍ୟ ଆଉ ଘରକୁ ଫେରି ନ ଥିଲେ। ରାତି ସାଢେ ୯ଟା ପର୍ଯ୍ୟନ୍ତ ତାଙ୍କ ଫୋନ୍‌ ସୁଇଚ ଅନ୍‌ ଥିବା ବେଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହାପରେ ହଠାତ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା।

ବହୁ ଖୋଜାଖୋଜି ପରେ ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କାଠଯୋଡ଼ି ବ୍ରିଜ ଉପରେ ଏକ ସ୍କୁଟି ଥିବା ଦେଖି ସଦର ଥାନା ପୁଲିସ୍‌ ଗାଡ଼ି ନମ୍ବର ଯାଞ୍ଚ କରିଥିଲା। ଏହାପରେ ଗାଡ଼ିଟି ସପନଙ୍କର ଜଣାପଡ଼ିବା ପରେ ଏ ନେଇ ଖାରବେଳ ନଗର ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ଖବର ପାଇ ସପନଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏକ ମୃତଦେହ ଉଦ୍ଧାର ହୋଇଛି  । ମୃତଦେହଟି ସପନଙ୍କର ବୋଲି ପରିବାର ଲୋକ ଚିହ୍ନଟ କରି ସାରିଛନ୍ତି।

ସଦର ଥାନା ପୁଲିସ୍‌ ସୂଚନା ଅନୁଯାୟୀ, ଗତରାତି ପ୍ରାୟ ୧୧-୧୨ରେ ସପନ କାଠଯୋଡ଼ି ବ୍ରିଜ ଉପରକୁ ଆସିଥିଲେ। ଏହାପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଖାରବେଳନଗର ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା।

ସପନଙ୍କ ଘରେ କୌଣସି ପାରିବାରିକ କଳହ ନ ଥିବା ବେଳେ ସେ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ ବୋଲି କହିଛନ୍ତି ପରିବାରବର୍ଗ। ହେଲେ ଏହାର କାରଣ ସମ୍ପର୍କରେ ସେ କାହାକୁ କିଛି କହୁ ନ ଥିଲେ। ତେଣୁ  ସେ କ’ଣ ପାଇଁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଲେ ସେ ନେଇ ପରିବାର ଲୋକ ବି ଏହାର ପ୍ରକୃତ କାରଣ ଜାଣିପାରୁ ନ ଥିବା କହିଛନ୍ତି।

The post ଛକରୁ ଆସୁଛି କହି ଘରୁ ଆସିଥିଲେ, କାଠଯୋଡ଼ିରୁ ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/2Z8bOIA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages