ନଭେମ୍ବର ୧ରୁ ରାଜଧାନୀରେ ଖୋଲିବ ସମସ୍ତ ସ୍କୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ନଭେମ୍ବର ୧ରୁ ରାଜଧାନୀରେ ଖୋଲିବ ସମସ୍ତ ସ୍କୁଲ

ନୂଆଦିଲ୍ଲୀ: ପୁଣିଥରେ ରାଜଧାନୀରେ ଖୋଲି ସ୍କୁଲ। ଆରମ୍ଭ ହେବ ପାଢ଼ପଢ଼ା। କରୋନା ମହାମାରୀ ପାଇଁ ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ଥିଲା। ଏବେ ନଭେମ୍ବର ୧ ତାରିଖରୁ ବନ୍ଦ ପଡିଥିବା ସମସ୍ତ ସ୍କୁଲ ଖୋଲିବ। ଆଜି ଏନେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି।

ନଭେମ୍ବର ୧ରୁ ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ପିଲା ସ୍କୁଲ ଯିବେ। ତେବେ କରୋନା ଗାଇଡଲାଇନ୍‌କୁ ପାଳନ କରି ଏହି ସମସ୍ତ ସ୍କୁଲ ଖୋଲାଯିବ। ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ। ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଦୁଇଟି ମୋଡ୍‌ରେ ପାଠ ପଢ଼ା ହେବ। ୫୦ ପ୍ରତିଶତରୁ ଅଧିକ ପିଲା ଏକାଥରେ ସ୍କୁଲ ଆସିବେ ନାହିଁ। ସ୍କୁଲର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଡବଲ ଡୋଜ ଟିକା ନେଇଥିବା ଜରୁରୀ।

ପ୍ରତି କ୍ଲାସରେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ। କ୍ଲାସ ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିଛି। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟରେ ପିଲାଙ୍କ ପାଠ ପଢ଼ା ହେବ। ଏହି ଦୁଇଟି ସିଫ୍ଟ ମଧ୍ୟରେ ଅତି କମ୍‌ରେ ଏକ ଘଣ୍ଟାର ଗ୍ୟାପ୍‌ ରହିବା ଜରୁରୀ। ପିଲାମାନେ ନିଜ ଖାଦ୍ୟ, ବହି ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷକୁ ପରସ୍ପର ମଧ୍ୟରେ ବାଣ୍ଟିପାରିବେ ନାହିଁ। ଲଞ୍ଚ ବ୍ରେକ୍‌କୁ ଭିନ୍ନ ଭିନ୍ନ ସମୟରେ ଏବଂ ଖୋଲା ସ୍ଥାନରେ କରିବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲାଙ୍କୁ ସ୍କୁଲକୁ ଡକାଯିବ ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୦୨୦ରେ କରୋନା ମାମଲା ବଢ଼ିବା ପରେ ସ୍କୁଲ ବନ୍ଦ କରିଦିଆଯାଇଥିଲା। ଏହାପରେ ଜାନୁଆରୀ ୨୦୨୧ରେ ନବମ ଏବଂ ଯୁକ୍ତ୨ ପିଲାଙ୍କ ପାଇଁ କିଛି ସ୍କୁଲ ଖୋଲଯାଇଥିଲା। କିନ୍ତୁ ୮ମରୁ ନର୍ସରୀ ଯାଏଁ ସ୍କୁଲ ମାର୍ଚ୍ଚ ୨୦୨୦ ପରଠାରୁ ବନ୍ଦ ଥିଲା।

The post ନଭେମ୍ବର ୧ରୁ ରାଜଧାନୀରେ ଖୋଲିବ ସମସ୍ତ ସ୍କୁଲ appeared first on Odisha Reporter.



from Odisha Reporter https://ift.tt/3Bkv0QM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages