ଟିଟିଲାଗଡ଼ (ମାନସ ମହାନ୍ତି): ଟଙ୍କା ପାଇଁ ନିଜ ବଡ଼ ଭାଇକୁ ମାରି ଦେଲେ ଜଣେ ଯୁବକ। ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ହାଟପଦାପଡ଼ା ଗୋରୁବଜାରରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ବେହେରା । ପୁଲିସ ତାଙ୍କ ସାନ ଭାଇ ପ୍ରମୋଦ ବେହେରାଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ଓ ପ୍ରମୋଦଙ୍କ ବାପା ସରକାରୀ ଚାକିରିଆ ଥିଲେ। ତାଙ୍କର ମୃତ୍ୟୁ ପରେ ପରିବାରକୁ ମିଳିବାକୁ ଥିବା ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଆଉ ଏହି କାରଣକୁ ନେଇ ପ୍ରମୋଦ ପିଟି ପିଟି ସଞ୍ଜୟଙ୍କୁ ମାରି ଜଙ୍ଗଲରେ ପୋତି ଦେଇଥିଲେ।
ଅକ୍ଟୋବର ୪ ତାରିଖରୁ ସଞ୍ଜୟ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରିଥିଲା। ସନ୍ଦେହରେ ପୁଲିସ୍ ପ୍ରମୋଦଙ୍କୁ ପଚରାଉଚରା କରିଥିଲା। ଏହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସଞ୍ଜୟଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା କଥା ପ୍ରମୋଦ ପୁଲିସ ସାମ୍ନାରେ କହିଥିଲା।
ପୁଲିସ ଆଜି ପ୍ରମୋଦଙ୍କୁ ଘଟଣାସ୍ଥଳକୁ ନେଇ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ପ୍ରମୋଦଙ୍କୁ ଅଟକ ରଖିଛି ଓ ଘଟଣାର ଅଧିକ ତଦନ୍ତ କରୁଛି।
The post ବାପାଙ୍କ ମୃତ୍ୟୁ ପରେ ଟଙ୍କା ମିଳିବା ପୂର୍ବରୁ ବଡ଼ ଭାଇକୁ ମାରିଦେଲେ ଯୁବକ appeared first on Odisha Reporter.
from Odisha Reporter https://ift.tt/3pIaeIH
No comments:
Post a Comment