୭ ଟଙ୍କା ବଦଳରେ ୟୁନିଟ ପିଛା ୨୨ ଟଙ୍କାରେ ବିଜୁଳି କିଣୁଛନ୍ତି ଯୋଗୀ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

୭ ଟଙ୍କା ବଦଳରେ ୟୁନିଟ ପିଛା ୨୨ ଟଙ୍କାରେ ବିଜୁଳି କିଣୁଛନ୍ତି ଯୋଗୀ ସରକାର

ଲକ୍ଷ୍ନୌ: ଏକାଧିକ ରାଜ୍ୟ କୋଇଲା ଅଭାବ କଥା ଉଠାଇ ବିଜୁଳି ସଙ୍କଟ ବିଷୟରେ କହିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ଭାଁଭାଁ ଉଡ଼ାଇ ଦେଇଥିଲେ। ପଞ୍ଜାବ ଓ ଦିଲ୍ଲୀ ଭଳି ଅଣବିଜେପି ଶାସିତ ରାଜ୍ୟ କୋଇଲା ସଙ୍କଟ ବିଷୟରେ କେନ୍ଦ୍ରକୁ ଜଣାଇବା ସହ ସମସ୍ୟା ଦୂର କରିବାକୁ କହିଥିଲେ।

ତେବେ ସେହି ସମୟରେ ଚୁପ ରହିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମଥର ପାଇଁ କୋଇଲା ସଙ୍କଟ କଥା କହିଛନ୍ତି। ସେ ଅବଶ୍ୟ ସିଧାସଳଖ କୋଇଲା ଅଭାବ କଥା କହି ନାହାନ୍ତି। କିନ୍ତୁ ପାର୍ବଣରେ ଯେମିତି ଲୋକମାନେ ବିଜୁଳି ସଙ୍କଟରେ ନ ପଡ଼ିବେ, ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ୟୁନିଟ ପିଛା ୨୨ ଟଙ୍କାରେ ବିଜୁଳି କିଣୁଥିବା ସେ ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟ ସରକାର ୟୁନିଟ ପିଛା ୭ ଟଙ୍କାରେ ଏହାକୁ କିଣୁଥିଲେ। ତେଣୁ ବିଜୁଳି ଉତ୍ପାଦନ ହ୍ରାସ ପାଇଥିବାରୁ ଯୋଗୀ ସରକାର ଅଧିକ ଦାମରେ ବିଜୁଳି କିଣିଥିବା କୁହାଯାଉଛି।

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଓବିସି ସଂପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି, ଆମେ କେବେ ହେଲେ ବିଜୁଳି ସଙ୍କଟ ପ୍ରଦେଶର କୌଣସି ଜିଲ୍ଲାର ପାର୍ବଣ ଖୁସିକୁ ବିଗାଡ଼ି ଦେଉ ବୋଲି ଚାହୁଁନାହୁଁ। ଏହି କାରଣରୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନର୍ଜି ଏକ୍ସଚେଞ୍ଜ ଓ ଅନ୍ୟ ସୂତ୍ରରୁ ୟୁନିଟ ପିଛା ୨୨ ଟଙ୍କାରେ ବିଜୁଳି କିଣିଛୁ।

ରାଜ୍ୟ ସରକାର ସବୁବେଳେ ଗରିବ ଓ ଗ୍ରାମଣାଞ୍ଚଳର ଲୋକଙ୍କୁ ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ପୂର୍ବ ସରକାରଗୁଡ଼ିକରେ କେବଳ କିଛି ଜିଲ୍ଲାକୁ ବିଜୁଳି ଯୋଗାଣ ହେଉଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକୁ ଅନ୍ଧାରରେ ରଖାଯାଉଥିଲା। କିନ୍ତୁ ବିଜେପି ସରକାର ସମସ୍ତଙ୍କୁ ବିଜୁଳି ଯୋଗାଇବାର ବ୍ୟବସ୍ଥା କରିଛି ବୋଲି ସେ କହିଛନ୍ତି।

ଯୋଗୀ ସରକାର ୭ ଟଙ୍କା ବଦଳରେ ୨୨ ଟଙ୍କାରେ ବିଜୁଳି କିଣୁଥିବା ବେଳେ ୟୁପି ପାୱର କର୍ପୋରେସନ ଲିଃ(ୟୁପିପିସିଏଲ) ୯୦ ହଜାର କୋଟିର କ୍ଷତିରେ ଚାଲିଛି। ତେଣୁ ଏବେ ୟୁପିପିସିଏଲ ଉପରେ ଆର୍ଥିକ ବୋଝ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। କିଛି ଦିନ ତଳେ ଯୋଗୀ ବିଜୁଳି ବିଭାଗର ଅଧିକାରୀମାନଙ୍କୁ କହିଥିଲେ ଯେ କୋଇଲା ସଙ୍କଟ ସମ୍ପର୍କରେ ସେ କେନ୍ଦ୍ର ସରକାର ଓ କୋଲ ଇଣ୍ଡିଆ ସହ କଥା ହେବେ। ଏହାପରେ ରାଜ୍ୟ ସରକାର ୨୨ ଟଙ୍କାରେ ବିଜୁଳି କିଣୁଥିବା ଖବର ମିଳିଛି।

ୟୁପି ପାୱାର ପ୍ଲାଣ୍ଟରେ ୩୬୨୩ ମେଗାୱାଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ ସ୍ୱାଧୀନ ପାୱାର ପ୍ଲାଣ୍ଟରେ ୩୩୫୧ ମେଗାୱାଟ ଓ ଉତ୍ତର ପ୍ରଦେଶରେ ଥିବା ହାଇଡ୍ରୋ ପାୱାର ଉତ୍ପାଦନର ମାତ୍ରା ହେଉଛି ୭୨୦ ମେଗାୱାଟ।

The post ୭ ଟଙ୍କା ବଦଳରେ ୟୁନିଟ ପିଛା ୨୨ ଟଙ୍କାରେ ବିଜୁଳି କିଣୁଛନ୍ତି ଯୋଗୀ ସରକାର appeared first on Odisha Reporter.



from Odisha Reporter https://ift.tt/3lQS2dD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages