ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ, ବାଜ୍ୟାପ୍ତି ହେବ ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ, ବାଜ୍ୟାପ୍ତି ହେବ ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ (୧.୪୪ କେଜି) ସୁନା ଜବତ କରାଯାଇଛି। ୨୩ ଘଣ୍ଟା ଧରି ମାରାଥନ୍ ରେଡ୍ କରିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ହାର ମଧ୍ୟ ଜବତ କରାଯାଇଛି। ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପଦକ୍ଷେପ ନିଆଯାଉଛି। ସେହିଭଳି ତାଙ୍କର ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଛି।

ଚଢ଼ାଉ ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହି କାଗଜପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଭିଜିଲାନ୍ସ ଫାଇନାନ୍ସିଆଲ ଓ୍ୱିଙ୍ଗର ଅଧିକାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ କନ୍‌ସଲଟାଣ୍ଟ ଏହି ସବୁ କାଗଜପତ୍ରର ଯାଞ୍ଚ କରୁଛନ୍ତି। ସେହିପରି ମିଳିଥିବା ଇଲେକ୍ଟ୍ରୋନିକ୍ସ ପ୍ରମାଣ ଓ ଦସ୍ତାବିଜ୍‌ର ଯାଞ୍ଚ ଭିଜିଲାନ୍ସର ସାଇବର ସେଲ୍‌ କରୁଛି।

ରବିବାର ଭିଜିଲାନ୍ସ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସକାଳ ସାଢ଼େ ୭ଟାରେ ଚଢ଼ାଉ କରାଯାଇଥିଲା। ଆଜି ସକାଳ ୬ଟାରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ବାହାରିଥିଲେ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏଥିମଧ୍ୟରେ ଥିଲା ତାଙ୍କର ସଂପର୍କୀୟ ଓ ସହଯୋଗୀଙ୍କ ଘର। ତାଙ୍କର ଖୁବ୍ ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି ଓ ୧୭ ଜଣ ଡିଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

The post ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ, ବାଜ୍ୟାପ୍ତି ହେବ ସମ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3p8rg2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages