ଟେନ୍‌ସନ୍‌ ଦେଲା ଟମାଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ଟେନ୍‌ସନ୍‌ ଦେଲା ଟମାଟୋ

ନୂଆଦିଲ୍ଲୀ: ନାଲି ଆଖି ଦେଖାଇଲା ଟମାଟୋ। ବଢ଼ାଇଲା ଭାଉ। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ପରେ ଏବେ ଟେନ୍‌ସନ୍‌ ଦେଲା ଟମାଟୋ। ଆକାଶ ଛୁଆଁ ହେଲା ଦର। ସେଞ୍ଚୁରୀ ଟିପିଛି ଟମାଟୋ ଦାମ୍‌। ଫଳରେ ଖାଉଟିଙ୍କ ଉପରେ ବୋଝ ଉପରେ ନଲିତା ବିଡା ପଡିଛି।

ଖାଉଟି ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ ଅନୁସାରେ ଏବେ ଟମାଟୋ କିଲା ପିଛା ଖୁଚୁରା ଦର ୧୧୦ ଟଙ୍କାକୁ ବୃଦ୍ଧି ପାଇଛି। ପାଞ୍ଚ ଦିନ ତଳେ ଟମାଟୋ କିଲୋ ପିଛା ଦର ୩୯ ଟଙ୍କା ଥିଲା। ସେହିପରି ପିଆଜ ମଧ୍ୟ କନ୍ଦାଇଛି। ଗତ ପାଞ୍ଚଦିନ ମଧ୍ୟରେ ପିଆଜା କିଲୋ ପିଛା ଦର ୫ଟଙ୍କା ବୃଦ୍ଧି ପାଇଛି। ପିଆଜ ଦର ଏବେ ୪୦ ଟଙ୍କା ୧୫ରେ ପଇସାରେ ପହଞ୍ଚିଛି। ଯାହା ସାଧାରଣ ଲୋକଙ୍କ ପକେଟକୁ ବାଧିଛି।

ଏଥର ସେପ୍ଟେମ୍ବର ଶେଷରେ ଅନେକ ରାଜ୍ୟରେ ବର୍ଷା ହୋଇଛି। ଯେଉଁଥିପାଇଁ ପନିପରିବା ଚାଷ ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ଏଥି ସହିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ହେବାର ଦ୍ୱିତୀୟ କାରଣ ମଧ୍ୟ ରହିଛି। ତୈଳ ଦର ବୃଦ୍ଧି ଯୋଗୁଁ ପରିବହନ ମୂଲ୍ୟ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି।

ଗତ ଚାରି ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରବିବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ୩୫ ପଇସା ଲେଖାଏଁ ମହଙ୍ଗା ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି।

The post ଟେନ୍‌ସନ୍‌ ଦେଲା ଟମାଟୋ appeared first on Odisha Reporter.



from Odisha Reporter https://ift.tt/3vlK1As

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages