ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଇନ୍ଫୋସିଟି ପୁଲିସ। ଆସନ୍ତାକାଲି ଠାରୁ ସେମାନଙ୍କୁ ପୁଲିସ୍ ରିମାଣ୍ଡରେ ନେବ। ଏଥିପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟ।
ଏହି ତିନି ଅଭିଯୁକ୍ତ ହେଉଛନ୍ତି- ଅମୃତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର। ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ୍ ଆବେଦନ କରିଥିଲା। ତେବେ କୋର୍ଟ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।
ବାର୍ରେ ବିଲ୍ ପେମେଣ୍ଟକୁ ନେଇ ହୋଇଥିବା ମାଡ଼ଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହିଛି। ଗତ ଶନିବାର ଅପରାହ୍ନରେ ମନୀଷ ଏହି ତିନି ଅଭିଯୁକ୍ତଙ୍କ ସହିତ ଲକ୍ଷ୍ମୀସାଗରରେ ଥିବା ଏକ ବାରକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୮ଟାରେ ବାହାରିଥିଲେ। ପରେ ରାତି ପ୍ରାୟ ୧୨ଟାରେ ସେମାନେ ହୋଟେଲ୍ ସାଉଥ୍ ଗାଲାକ୍ସି ବାରକୁ ଯାଇଥିଲେ। ସେଠାରେ ଖିଆପିଆ କରିଥିଲେ। ସେଠାରେ ବିଲ୍ ହୋଇଥିଲା ୮ ହଜାରରୁ ୧୦ ହଜାର ଟଙ୍କା। ମନୀଷଙ୍କ ସହ ଥିବା ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିଲେ। ହେଲେ ବାକି ବିଲ୍ ଦେଇପାରି ନଥିବାରୁ ବାର କର୍ମଚାରୀ ମନୀଷଙ୍କୁ ଅଟକାଇ ରଖିଥିଲେ।
ଟଙ୍କା ଦେଇ ସେଠାରୁ ବାହାରିବା ପରେ ଅଭିଯୁକ୍ତମାନଙ୍କ ସହିତ ମନୀଷଙ୍କର ଝଗଡ଼ା ହୋଇଥିଲା। ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଟଙ୍କା ନଦେଲେ ଛାଡ଼ିବେ ନାହିଁ ବୋଲି ମୃତ୍ୟୁଞ୍ଜୟ, ଦୀନେଶ ଓ ଅମୃତ ତାଙ୍କୁ ଧମକ ଦେଇଥିଲେ। ଏହା ସହିତ ସେମାନେ ମନୀଷଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କୁ ପାତ୍ରପଡ଼ା ନେଇ ପୋଖରୀରେ ପକାଇ ଦେଇଥିଲେ ବୋଲି ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଥିଲେ। ରବିବାର ମନୀଷଙ୍କ ମୃତଦେହ ମିଳିଥିଲା।
The post ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3p9uzqd
No comments:
Post a Comment