ଆକାଂକ୍ଷୀ ଜିଲ୍ଲା ତାଲିକାରେ ଆଗରେ ଗଜପତି ଜିଲ୍ଲା, ପାଇବ ୧୧ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ଆକାଂକ୍ଷୀ ଜିଲ୍ଲା ତାଲିକାରେ ଆଗରେ ଗଜପତି ଜିଲ୍ଲା, ପାଇବ ୧୧ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଂକ୍ଷୀ ଜିଲ୍ଲା ତାଲିକାରେ ଟପ୍‌ରେ ରହିଛି ଗଜପତି ଜିଲ୍ଲା । ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, କୃଷି, ଜଳସଂପଦ,ମୌଳିକ ଭିତ୍ତିଭୂମି, ଦକ୍ଷତା ବିକାଶ କ୍ଷେତ୍ରକୁ ଆକଳନ କରି ଗତ ଅଗଷ୍ଟ ମାସରେ  ନିତି ଆୟୋଗଙ୍କ ପକ୍ଷରୁ ଏକ  ତାଲିକା ପ୍ରସ୍ତୁତ ହୋଇଥିଲା । ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା କହିଛନ୍ତି ଜିଲ୍ଲାପାଳ ।

ଏଥିପାଇଁ ଜିଲ୍ଲାକୁ ନୀତି ଆୟୋଗଙ୍କ ପକ୍ଷରୁ ୫କୋଟି ପୁରସ୍କାର ମିଳିବାକୁ ଥିବା ବେଳେ କୃଷିରେ ପ୍ରଥମ ଏବଂ ଜଳସଂପଦ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଅତିରିକ୍ତ ୬ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ।

ଗତ ୨୦୧୮ ମସିହା ଡିସେମ୍ବର  ରେ ଗଜପତି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨୦୧୯ ମସିହା ଡିସେମ୍ବର ମାସରେ କୃଷି ଓ ଜଳସଂପଦ କ୍ଷେତ୍ରରେ ତୃତୀୟ ଏବଂ ୨୦୨୦ ମସିହା ନଭେମ୍ବର ମାସରେ ମୌଳିକ ଭିତିଭୂମି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।

The post ଆକାଂକ୍ଷୀ ଜିଲ୍ଲା ତାଲିକାରେ ଆଗରେ ଗଜପତି ଜିଲ୍ଲା, ପାଇବ ୧୧ କୋଟି appeared first on Odisha Reporter.



from Odisha Reporter https://ift.tt/3B4eIMS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages