ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ସାମ କୁରାନ ଆଉଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ସାମ କୁରାନ ଆଉଟ

ଦୁବାଇ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ଷ୍ଟାର ଅଲରାଉଣ୍ଡର ସାମ କୁରାନ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏଥିସହ ବର୍ତ୍ତମାନ ଦୁବାଇରେ ଚାଲିଥିବା ଆଇପିଏଲରେ ମଧ୍ୟ ସାମ କୁରାନଙ୍କ ଜଲୱା ଦେଖିବାକୁ ମିଳିବନି।

ଲୋୟର ବ୍ୟାକ ଇଞ୍ଜୁରୀ ଯୋଗୁ କୁରାନ ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ଜଣାପଡ଼ିଛି। ସେ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲେ। ଚେନ୍ନାଇ ପ୍ଲେ-ଅଫକୁ କ୍ୱାଲିଫାଏ କରିଥିବା ବେଳେ ଏବେ ସାମ କୁରାନଙ୍କୁ ଆଉ ଦେଖିବାକୁ ମିଳିବନି।

ଶନିବାର ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌ ପରେ କୁରାନ ପୀଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ମ୍ୟାଚ୍‌ରେ ସେ ବ୍ୟାଟିଂ କରି ନଥିଲେ। କିନ୍ତୁ ବୋଲିଂରେ ୪ ଓଭର୍‌ରେ ୫୫ ରନ୍‌ ବ୍ୟୟ କରିଥିଲେ। ପୀଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ସ୍କାନ କରାଯାଇଥିଲା। ଏହାପରେ ତାଙ୍କର ଲୋୟର ବ୍ୟାକରେ ସମସ୍ୟା ରହିଥିବା ଜଣାପଡ଼ିଛି।

ଏହି କାରଣରୁ ସେ ଟି-୨୦ ବିଶ୍ୱକପ ଓ ଆଇପିଏଲ ଖେଳିପାରିବେ ନାହିଁ। ଅଧିକ ଚିକିତ୍ସା ପାଇଁ ସେ କିଛି ଦିନ ଭିତରେ ୟୁଏଇରୁ ୟୁକେ ଉଡ଼ାଣ ଭରିବେ। ସେଠାରେ ତାଙ୍କର ଆଉ ଥରେ ସ୍କାନ ହେବ ଓ ପରବର୍ତ୍ତୀ ନିଷ୍ପତ୍ତି ମେଡିକାଲ ଟିମ ନେବ ବୋଲି ଇଂଲିଶ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସାମ କୁରାନ ଆହତ ହୋଇଥିବାରୁ ତାଙ୍କ ଭାଇ ଟମ କୁରାନଙ୍କୁ ଇଂଲଣ୍ଡର ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ରିଜର୍ଭ ଖେଳାଳି ଭାବେ ଆର ଟୋପଲେଙ୍କୁ ଦଳ ସହ ୟୁଏଇ ପଠାଯିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

The post ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ସାମ କୁରାନ ଆଉଟ appeared first on Odisha Reporter.



from Odisha Reporter https://ift.tt/3ldoeHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages