ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଆସୁଥିଲା, ଧରିଦେଲା ଅବକାରୀ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଆସୁଥିଲା, ଧରିଦେଲା ଅବକାରୀ ବିଭାଗ

ଜଳେଶ୍ୱର(ଅଜିତ ଦାସ):  ଦୁର୍ଗା ପୂଜା ପାଇଁ ଏକ ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ୯୦୦ ଲିଟର ନକଲି ମଦ। ହେଲେ ବାଟରେ ଅବକାରୀ ବିଭାଗ ଚଢ଼ାଉ କରି ଏହାକୁ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା  ଅନ୍ତର୍ଗତ ବାଟଗ୍ରାମ ଅଞ୍ଚଳରେ। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ବିହାରର ହୋଇଥିବା ବେଳେ ଅନ୍ୟ ଜଣେ ଗାଡ଼ି ଡ୍ରାଇଭର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ନକଲି ମଦ ବାଟଗ୍ରାମ ଅଞ୍ଚଳ ଦେଇ ଆସୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।  ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ  ତାଙ୍କର ୨୨ ଜଣିଆ ଏକ ଟିମ୍‌ ମିଳିତ ଭାବେ ବାଟଗ୍ରାମ  ନିକଟରେ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରୁଥିଲେ।

ଏହି ସମୟରେ ପଶ୍ଚିମବଙ୍ଗରୁ ଏକ ଖୋଲା ଭ୍ୟାନ ଏହି ରାସ୍ତା ଦେଇ ଯାଉଥିଲା। ଅବକାରୀ ବିଭାଗ ବାଟଗ୍ରାମ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କଲାବେଳେ ସେଥିରୁ ୯୦୦ ଲିଟର ନକଲି ମଦ ବାହାରିଥିଲା। ଅବକାରୀ ବିଭାଗ ଏହି ନକଲି ମଦ ଜବତ କରି ଘଟଣାର ତଦନ୍ତ କରୁଛି।

The post ଖୋଲା ଭ୍ୟାନରେ ପଶ୍ଚିମବଙ୍ଗରୁ ଆସୁଥିଲା, ଧରିଦେଲା ଅବକାରୀ ବିଭାଗ appeared first on Odisha Reporter.



from Odisha Reporter https://ift.tt/3DEyVKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages