ଗେହଲଟଙ୍କ ପରେ ସଚିନ ପାଇଲଟ ଦେଲେ ଏମିତି ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ଗେହଲଟଙ୍କ ପରେ ସଚିନ ପାଇଲଟ ଦେଲେ ଏମିତି ବୟାନ

ଜୟପୁର: ପୁଣିଥରେ ରାଜସ୍ଥାନ କଂଗ୍ରେସର ଦୁଇ ହେଭିୱେଟଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆସନ୍ତା ୧୫ରୁ ୨୦ ବର୍ଷ ଯାଏ କୁଆଡ଼େ ଯିବେ ନାହିଁ ବୋଲି କହିବାର କିଛି ଦିନ ପରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଧ୍ୟ ଏହାକୁ କାଉଣ୍ଟର କରି ଭଳି ବୟାନ ଦେଇଛନ୍ତି। ଗେହଲଟ ୧୫ରୁ ୨୦ ବର୍ଷ ରାଜନୀତିରେ ରହିବେ ବୋଲି କହିଥିବା ବେଳେ ସଚିନ ପାଇଲଟ ସକ୍ରିୟ ରାଜନୀତିରେ ଆସନ୍ତା ୫୦ ବର୍ଷ ଯାଏ ରହିବେ  ବୋଲି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, ‘ମୁଁ ଏଠାରେ ୫୦ ବର୍ଷ ଯାଏ ରହିଛି, ଏଠାରୁ କୁଆଡ଼େ ଯିବିନି।”

ଗତବର୍ଷ ୪୪ ବର୍ଷୀୟ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ମଧ୍ୟ ପଡ଼ିଥିଲା। ତେବେ ତାଙ୍କ କଂଗ୍ରେସ ହାଇକମାଣ୍ଡ ବୁଝାସୁଝା କରିବା ପରେ ସେ ପୁଣି ରାଜସ୍ଥାନରେ କାମ ଆରମ୍ଭ କରିଥିଲେ।

ଏହି ଘଟଣାକୁ ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ହାଇକମାଣ୍ଡ ପ୍ରତିଶ୍ରୁତି ମୁତାବକ କାମ କରୁ ନଥିବା ଅନେକ ଥର ସଚିନ କହିଛନ୍ତି। ନିକଟରେ ସେ ଦିଲ୍ଲୀ ଯାଇ ପ୍ରିୟଙ୍କା ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ପୁଣିଥରେ ରାଜସ୍ଥାନ କଂଗ୍ରେସରେ ବଡ଼ଧରଣର ଅଦଳବଦଳ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଏଯାଏ ସେମିତି କିଛି ହୋଇନି।

ଆସନ୍ତା ୩୦ ତାରିଖରେ ରାଜସ୍ଥାନର କିଛି ଆସନରେ ଉପ ନିର୍ବାଚନ ହେବ। ଏଥିପାଇଁ ସଚିନ ପାଇଲଟ ମଧ୍ୟ ଗେହଲଟ ଓ ପ୍ରଭାରୀ ଅଜୟ ମାକେନଙ୍କ ସହ ପ୍ରଚାର କରୁଛନ୍ତି। କଂଗ୍ରେସ ମଧ୍ୟ ଦଳରେ ଏକତା ଥିବା ସମସ୍ତଙ୍କୁ ଜଣାଇବା ପାଇଁ ପାଇଲଟ ଓ ଗେହଲଟଙ୍କ ଫୋଟକୁ ପ୍ରତିଟି ପୋଷ୍ଟରରେ ଲଗାଉଛି। ହେଲେ ଦୁଇ ନେତାଙ୍କ ବୟାନବାଜୀ ନୂଆ ଚର୍ଚ୍ଚା ଆରମ୍ଭ କରିଛି।

ଏସବୁ ଭିତରେ ଅକ୍ଟୋବର ୨ରେ ମୁଖ୍ୟମନ୍ତ୍ରୀ ଗେହଲଟ କହିଥିଲେ ଯେ “ଆଞ୍ଜିଓପ୍ଲାଷ୍ଟି ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି। ଆସନ୍ତା ୧୫ରୁ ୨୦ ବର୍ଷ ଯାଏ ମୁଁ କୁଆଡ଼େ ଯାଉନି। ମୁଁ କ୍ଷମତାକୁ ଫେରିବି ଓ ପୁଣି ସରକାର ଗଠନ କରିବି।” ଏପରି ବୟାନ ଦେଇ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ନାହିଁ ବୋଲି ସମସ୍ତଙ୍କୁ ଅବଗତ କରାଇବାକୁ ଚେଷ୍ଟା କରିଛନ୍ତି।

ଏହି ବୟାନର କିଛି ଦିନ ପରେ ସଚିନ ଏହାକୁ କାଉଣ୍ଟର କରିବା ଭଳି ମତ ଦେଇଛନ୍ତି। ଜୟପୁରରେ ଆୟୋଜିତ ଗୋଟିଏ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସଚିନ ପାଇଲଟ କହିଛନ୍ତି, “ମୁଁ ଏଠାରେ ୫୦ ବର୍ଷ ପାଇଁ ରହିଛି। ଏଠାରୁ କୁଆଡ଼େ ଯିବାର ନାହିଁ। ସବୁ ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବି।”

ଦୀର୍ଘଦିନ ହେଲାଣି ଗେହଲଟଙ୍କୁ କ୍ୟାବିନେଟ ସଂପ୍ରସାରଣ କରି ପାଇଲଟଙ୍କ ବିଶ୍ୱସ୍ତଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ନେଇ ସେ ଚାପରେ ଥିଲେ ମଧ୍ୟ ଏଯାଏ ସବୁ କିଛିକୁ ଝୁଲାଇ ରଖିଛନ୍ତି। ତେଣୁ ସଚିନଙ୍କ କ୍ୟାମ୍ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

୨୦୧୮ ପୂର୍ବରୁ ଗେହଲଟ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିଲେ। କିନ୍ତୁ ୨୦୧୮ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ହାଇକମାଣ୍ଡ ପୁଣି ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲେ। ସଚିନ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଗତବର୍ଷ ଜୁନ୍‌ ମାସରେ ସେ ବିଦ୍ରୋହ ଘୋଷଣା କରିଥିଲେ। ଫଳରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

The post ଗେହଲଟଙ୍କ ପରେ ସଚିନ ପାଇଲଟ ଦେଲେ ଏମିତି ବୟାନ appeared first on Odisha Reporter.



from Odisha Reporter https://ift.tt/3uTvonO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages