ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

କଟକ(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ମା’ଙ୍କ ନବରାତ୍ର ପୂଜା । ନବପତ୍ରିକା ସହିତ ଆଜି କଟକର ବିଭିନ୍ନ ଶକ୍ତୀ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମୁଖ୍ୟତଃ କଟକର ଦୁଇ ଆରାଧ୍ୟା ଦେବୀ ପୀଠ ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।  ଷୋଡଶ ଉପଚାର ପୂଜା ସହ ଚଣ୍ଡୀପାଠ ମଧ୍ୟ କରାଯାଉଛି ।

ନବରାତ୍ର ସମୟରେ ବିଶେଷ କରି ମହିଳାମାନେ ବ୍ରତ ରଖିଥାନ୍ତି  । ତେଣୁ ଏହି ଦୁଇ ପ୍ରମୁଖ ପୀଠରେ ଶ୍ରଦ୍ଧଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରି ମା’ଙ୍କୁ ଆରାଧନା କରିଛନ୍ତି  । ୯ ଦିନ ଧରି ଚାଲିବ ମା’ଙ୍କ ଏହି ପୂଜାର୍ଚ୍ଚନା । ମା’ଙ୍କ ଅନନ୍ୟ ଓ ଅପୂର୍ବ ଷୋଡଶ ଉପଚାର ବେଶ ଦର୍ଶନ ପାଇଁ କଟକର ବିଭିନ୍ନ ଶକ୍ତପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଗତକାଲି ମା’ ଗଡଚଣ୍ଡି ବନଦୁର୍ଗା ବେଶରେ ଓ କଟକଚଣ୍ଡୀ ହରଚଣ୍ଡୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଜି ମା’ କଟକ ଚଣ୍ଡୀ ଷୋଡ଼ଶୀ ଏବଂ ହରଚଣ୍ଡୀ ବଗଳାମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ  ।

The post ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା appeared first on Odisha Reporter.



from Odisha Reporter https://ift.tt/3uZYdPK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages