ନରମିଲା ବ୍ରିଟେନ; ଭାରତୀୟଙ୍କ ଲାଗି ହଟାଇଲା କ୍ୱାରେଣ୍ଟାଇନ୍‌ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ନରମିଲା ବ୍ରିଟେନ; ଭାରତୀୟଙ୍କ ଲାଗି ହଟାଇଲା କ୍ୱାରେଣ୍ଟାଇନ୍‌ କଟକଣା

ନୂଆଦିଲ୍ଲୀ: ଟିକାକୁ ନେଇ ଭାରତର ଯେସାକୁ ତେସା ପଦକ୍ଷେପ ନୀତି ପରେ ନରମିଛି ୟୁକେ । କୋଭିସିଲ୍ଡ କିମ୍ବା ୟୁକେ ଅନୁମୋଦିତ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଭାରତୀୟଙ୍କ ପାଇଁ ବ୍ରିଟେନ୍‌ରେ ଏଣିକି କ୍ୱାରେଣ୍ଟାଇନ୍‌ ମନା । ଆସନ୍ତା ୧୧ ତାରିଖରୁ  ଏହି ନୂଆ ନିୟମ ଲାଗୁ କରିବା ୟୁକେ। ଆସନ୍ତା ୧୧ ତାରିଖରେ ଅର୍ଥାତ ସୋମବାରଠାରୁ  ୟୁନାଇଟେଡ୍ କିଙ୍ଗଡମ୍‌ରେ ପହଞ୍ଚିବାକୁ  ଥିବା ଭାରତୀୟଙ୍କ ପାଇଁ ଏହି  ପରିବର୍ତ୍ତିତ ନିୟମ ଲାଗୁ ହେବ। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସା ଏଲି । ଭାରତରେ ନିୟୁକ୍ତ ବ୍ରିଟେନ ଉପାୟୁକ୍ତ ଗତକାଲି ଏହି ଘୋଷଣା କରିବା ପରେ ଗତ କିଛି ଦିନ ଧରି ଚାଲିଥିବା ଟିକା ବିବାଦ ଥମିଥିବ ଜଣାଯାଇଛି।

ପୂର୍ବରୁ ଭାରତୀୟ କୋଭିଡ୍ ଟିକାକୁ ମାନୁ ନ ଥିଲା ବ୍ରିଟେନ୍ । ଭାରତରୁ କୋଭିଡ୍ ଟିକା ନେଇ  ବ୍ରିଟେନ୍ ଯାଉଥିବା ଲୋକଙ୍କ ପାଇଁ ବ୍ରିଟେନ୍ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ ବ୍ୟବସ୍ଥା ଲାଗୁ କରିବା ପରେ ଭାରତ ମଧ୍ୟ ସମାନ ଢଙ୍ଗରେ ଏହାର ଜବାବ ଦେଇଥିଲା । ବ୍ରିଟେନ୍‌ରୁ ଆସୁଥିବା ବ୍ୟକ୍ତି ଟିକା ନେଇଥିଲେ ବି ଭାରତ ପହଞ୍ଚିଲେ ସେମାନଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟିନ୍ ବ୍ୟବସ୍ଥା ଲାଗୁ କରିଥିଲା । ଏପରିକି ଡବଲ  ଡୋଜ ଟିକା ନେଇଥିବା କିମ୍ବା ନ ନେଇଥିବା ବ୍ରିଟେନ ନାଗରିକଙ୍କ ନିମନ୍ତେ ଭାରତରେ ପହଞ୍ଚିବାର  ୭୨ ଘଣ୍ଟା ପୂର୍ବରୁ RT-PCR ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା।  ଏହାପରେ ଭାରତରେ ପହଞ୍ଚିବାର ୮ ଦିନ ପରେ ଆଉ ଥରେ ପୂର୍ବରୁ RT-PCR କରିବାକୁ ନିୟମ ଲାଗୁ କରାଯାଇଥିଲା। ଏହାବାଦ ୧୦ ଦିନ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ତେବେ ଭାରତର ଏହି କଡ଼ା ପଦକ୍ଷେପ ପରେ ବ୍ରିଟେନ୍ ନରମିଥିବା କୁହାଯାଉଛି ।

ଗତ ୧ ତାରିଖରୁ ଭାରତ ସମେତ ଆଉ କିଛି ଦେଶର ନାଗରିକଙ୍କ ପାଇଁ ବ୍ରିଟେନ ସରକାର ଏହି ନିୟମ ଲାଗୁ କରିଥିଲେ। ଏପରିକି ବ୍ରିଟେନ ଦ୍ୱାରା ଅନୁମୋଦିତ କୋଭିଶିଲ୍ଡ ଟିକାର ଡବଲ ଡୋଜ ନେଇଥିବା ସତ୍ତ୍ୱେ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଏହାକୁ ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ବ୍ରିଟେନ ଦ୍ୱାରା କେବଳ ହାତଗଣତି କିଛି ଦେଶ ପାଇଁ ଏପରି ନିୟମ ଲାଗୁ କରାଯାଇଥିବା ଅନ୍ୟମାନଙ୍କ ପାଇଁ  ନିୟମକୁ କୋହଳ କରାଯାଇଥିଲା। ବ୍ରିଟେନର ଏପରି ନୀତିକୁ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ଏହାକୁ ଭେଦଭାବ ତଥା ଉପନିବେଶବାଦର ପ୍ରତିଫଳନ ବୋଲି କୁହାଯାଇଥିଲା।

ଏପରିକି ଏହାର ଜବାବ ଦେବାକୁ ଯାଇ ଭାରତ ବି କଡ଼ା ଆଭିମୁଖ୍ୟ  ଆପଣାଇଥିଲା। ବ୍ରିଟେନ୍‌ରୁ ଆସୁଥିବା ବ୍ୟକ୍ତି ଟିକା ନେଇଥିଲେ ବି ଭାରତ ପହଞ୍ଚିଲେ ସେମାନଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟିନ୍ ବ୍ୟବସ୍ଥା ଲାଗୁ କରିଥିଲା । ଏହାପରେ ବ୍ରିଟେନ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ନିୟମକୁ କୋହଳ କରିଛି।

The post ନରମିଲା ବ୍ରିଟେନ; ଭାରତୀୟଙ୍କ ଲାଗି ହଟାଇଲା କ୍ୱାରେଣ୍ଟାଇନ୍‌ କଟକଣା appeared first on Odisha Reporter.



from Odisha Reporter https://ift.tt/3uPVcBe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages