ମୁମ୍ବାଇ: ମୁମ୍ବାଇ କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଏନ୍ସିବି ଆଉ ଏକ ଖୁଲାସା କରିଛି। ଏହି କେସ୍ରେ ଅଭିନେତା ଶାହାରୁଖ ଖାନ୍ଙ୍କ ଆର୍ଯ୍ୟନ୍ଙ୍କ ସମେତ ମୁନ୍ମୁନ୍ ଧମେଚା ମଧ୍ୟ ଗିରଫ ହୋଇଥିଲେ। ଏବେ ମୁନ୍ମୁନ୍ଙ୍କୁ ନେଇ ଏନ୍ସିବି ବଡ଼ ଖୁଲାସା କରିଛି।
ଘଟଣା ଦିନ ମୁନ୍ମୁନ୍ ସାନିଟାରୀ ପ୍ୟାଡ୍ ଭିତରେ ଡ୍ରଗ୍ସ ଲୁଚାଇ ନେଇଥିବା କଥା ଜଣାପଡିଛି। ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଭିଡିଓକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ଶେୟାର କରିଛି। ଉକ୍ତ ଭିଡିଓରେ ମୁନ୍ମୁନ୍ କିଭଳି ସାନିଟାରୀ ପ୍ୟାଡ୍ ଭିତରେ ଡ୍ରଗ୍ସ ଲୁଚାଇ ରଖିଥିଲେ ତାହା ଦେଖିବାକୁ ମିଳିଛି।
ମୁନ୍ମନ୍ଙ୍କ ରୁମ୍ରୁ ଏହି ଡ୍ରଗ୍ସ ଜବତ ହୋଇଛି। କ୍ରୁଜ ଭିତରେ ଏନ୍ସିବି ସର୍ଚ୍ଚ ବେଳେ ଏହି ଭିଡିଓ ଶୁଟ୍ କରାଯାଇଥିବା ନେଇ ରିପୋର୍ଟରେ ଦାବି କରାଯାଇଛି। ଏହି ୨୮ ସେକେଣ୍ଡର ଭିଡିଓରେ ସାନିଟାରୀ ପ୍ୟାଡ ଭିତରେ ଏକ କାଗଜ ପୁଡିଆରେ ଏକ ଡ୍ରଗ୍ସ ବଟିକା ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି। ତେବେ ସାମ୍ନାକୁ ଆସିଥିବା ଏହି ଭିଡିଓର ସତ୍ୟତା କେତେ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।
ଉଲ୍ଲେଖନୀୟ ମୁନମୁନ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମୁନମୁନ ଜଣେ ମୋଡେଲ୍ ଏବଂ ସେ ଏକ ଉଦ୍ୟୋଗ ପରିବାରରୁ ଆସିଛନ୍ତି। ମୁନ୍ମୁନ୍ ଦୀର୍ଘ ସମୟ ଧରି ଦିଲ୍ଲୀରେ ରହୁଛନ୍ତି। ସେ ମଧ୍ୟପ୍ରଦେଶ ବାସିନ୍ଦା। ଡ୍ରଗ୍ସ ପାର୍ଟି ମାମଲାରେ ଧରା ପଡିବା ପରେ ତାଙ୍କୁ ଏବେ ବାଇକୁଲା ଜେଲ୍ରେ ରଖାଯାଇଛି।
#AryanKhanDrugCase Drugs being recovered from sanitary pad from ship room of accused munmun
(Exclusive footage) #DrugsParty pic.twitter.com/V2gcZktVLT— gyanendra shukla (@gyanu999) October 9, 2021
One of the women accused in the drugs-on-cruise case had carried drugs to the ship off Mumbai coast by concealing it in a sanitary napkin: NCB
— ANI (@ANI) October 9, 2021
The post ସାମ୍ନାକୁ ଆସିଲା ଭିଡିଓ, ସାନିଟାରୀ ପ୍ୟାଡ୍ ଭିତରେ ଡ୍ରଗ୍ସ ଲୁଚାଇଥିଲେ ମୁନ୍ମୁନ୍! appeared first on Odisha Reporter.
from Odisha Reporter https://ift.tt/3Bswnhi
No comments:
Post a Comment