ମୁମ୍ବାଇ: ମୁମ୍ବାଇ କ୍ରୁଜ ରେଭ୍ ପାର୍ଟି ମାମଲରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ କ୍ରୁଜର ସିଇଓଙ୍କୁ ପଚରାଉଚରା କରିବା ପାଇଁ ପୁଣି ଦ୍ୱିତୀୟ ଥର ପାଇଁ ସମନ ପଠାଇଛି। ଏଥିସହ ଜାହାଜ ସହିତ ଜଡିତ ଅଧିକାରୀଙ୍କୁ ଅକ୍ଟୋବର ୨ ତାରିଖ ଦିନର ମେନିଫେଷ୍ଟୋ ମାଗିଛି ଏନ୍ସିବି।
ଏହି ମନିଫେଷ୍ଟୋରେ ଜାହାଜକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ବିବରଣୀ ଥିବ, ଯେଉଁଥିରେ ରୁମ୍ ନମ୍ବର, ସେମାନଙ୍କର ଆଇଡି କାର୍ଡ, ମୋବାଇଲ୍ ନମ୍ବର ସହିତ ଅନ୍ୟାନ୍ୟ ସୂଚନା ଉପସ୍ଥିତ ଥିବ। ଏଥି ସହିତ ଜାହାଜର ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଜାହାଜ ଅଧିକାରୀଙ୍କଠାରୁ ମଗାଯାଇଛି।
ଶନିବାର ଦିନ ମୁମ୍ବଇର ଏକ କ୍ରୁଜ ଉପରେ ଏନ୍ସିବି ଚଢ଼ାଉ କରିଥିଲା। ଜାହାଜ ଭିତରେ ରେଭ୍ ପାର୍ଟି ଚାଲିଥିବା ସୂଚନା ମିଳିବା ପରେ ଏହି ଚଢ଼ାଉ ହୋଇଥିଲା। ତେବେ ଚଢ଼ାଉ ଦିନ ଅନେକ ଏନ୍ସିବି ସୂଚନାଦାତା ପୂର୍ବରୁ ହିଁ ଜାହାଜ ବାହାରେ ଠିଆ ହୋଇଥିଲେ। ସେମାନେ ଏନ୍ସିବିକୁ ଟାର୍ଗେଟ୍ର ଫଟୋ କ୍ଲିକ୍ କରି ପଠାଉଥିଲେ। ସେମାନେ ଅରବାଜ ଏବଂ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଫଟୋ କ୍ଲିକ୍ କରି ଏନସିବିକୁ ପଠାଇଥିଲେ। ତା’ପରେ ଉଭୟ ଏନସିବି ଦ୍ୱାରା ଧରାପଡିଥିଲେ।
ଏହି ରେଭ୍ ପାର୍ଟି ମାମଲାରେ ବର୍ତ୍ତମାନ ଯାଏଁ ୧୧ ଜଣ ଗିରଫ ହୋଇଛନ୍ତି। ରବିବାର ଦିନ ୯ ଜଣ ଗିରଫ ହୋଇଥିବା ବେଳେ ଗତକାଲି ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ସେପଟେ ପୂର୍ବରୁ ଗିରଫ ହୋଇଥିବା ୮ ଜଣଙ୍କୁ କାଲି ଏନ୍ସିବି କୋର୍ଟରେ ହାଜର କରିଥିଲା। ଏହାପରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ଙ୍କ ସମେତ ଗିରଫ ୮ ଜଣଙ୍କୁ କୋର୍ଟ ଆସନ୍ତା ୭ ତାରିଖ ଯାଏଁ ଏନ୍ସିବି ରିମାଣ୍ଡକୁ ପଠାଇଛି।
ଏନ୍ସିବିର ପଚରାଉଚରା ବେଳେ ଆର୍ଯ୍ୟନ୍ ଦାବି କରିଛନ୍ତି ଯେ, ଏହି କ୍ରୁଜକୁ ଯିବା ପାଇଁ ସେ ଗୋଟିଏ ବି ଟଙ୍କା ଦେଇ ନାହାନ୍ତି। ଏଥିସହ ସେ କୌଣସି ଆୟୋଜକଙ୍କୁ ମଧ୍ୟ ପୂର୍ବରୁ ଜାଣିଥିବା କଥା ସ୍ୱୀକାର କରିନାହାନ୍ତି। ବୟାନ ଅନୁଯାୟୀ ଆର୍ଯ୍ୟନଙ୍କ ନିକଟରୁ କୌଣସି ଆପତ୍ତିଜନକ ଔଷଧ କିମ୍ବା ଡ୍ରଗ୍ସ ଜବତ ହୋଇନାହିଁ। କିନ୍ତୁ ତାଙ୍କ ସାଙ୍ଗ ନିକଟରୁ ୬ ଗ୍ରାମ ଚରସ ଜବତ ହୋଇଛି। ଆର୍ଯ୍ୟନ୍ ଖାନଙ୍କ ଉପରେ NDPC 8 C, 20 B, 27 ଏବଂ 35 ଧାରା ଲାଗୁ ହୋଇଛି। ଏହି ଧାରା ଅନୁଯାୟୀ ତାଙ୍କ ଉପରେ ଡ୍ରଗ୍ସ ଖାଇବା, ଜାଣିଶୁଣି ଡ୍ରଗ୍ସ ନେବା ଏବଂ ଡ୍ରଗ୍ କିଣିବା ଭଳି ଅଭିଯୋଗ ରହିଛି।
The post କ୍ରୁଜର ସିଇଓଙ୍କୁ ପୁଣି ସମନ୍, ସିସିଟିଭି ଫୁଟେଜ ମାଗିଲା ଏନ୍ସିବି appeared first on Odisha Reporter.
from Odisha Reporter https://ift.tt/3BeBy4e
No comments:
Post a Comment