ଚାଲାଣ କାଟିଥିବା ୨ ଟ୍ରାଫିକ ପୁଲିସ୍‌ଙ୍କୁ ସମ୍ମାନୀତ କଲେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ଚାଲାଣ କାଟିଥିବା ୨ ଟ୍ରାଫିକ ପୁଲିସ୍‌ଙ୍କୁ ସମ୍ମାନୀତ କଲେ ମନ୍ତ୍ରୀ

ହାଇଦ୍ରାବାଦ: ସାଧାରଣ ଜନତା ହୁଅନ୍ତି କି ମନ୍ତ୍ରୀ, ନିୟମ ସମସ୍ତଙ୍କ ପାଇଁ ସମାନ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ଦୁଇ ଜଣ ପୁଲିସ୍‌ ଅଧିକାରୀ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ମନ୍ତ୍ରୀଙ୍କ ଗାଡ଼ି ନାଁରେ ପୁଲିସ୍‌ ଦୁଇ ପୁଲିସ କର୍ମଚାରୀ ଚାଲାଣ କାଟିଥିଲେ। ଏଥିରେ ବରିକ୍ତ ନ ହୋଇ ମନ୍ତ୍ରୀ କେଟି ରାମା ରାଓ ଚାଲାଣ କାଟିଥିବା ୨ ପୁଲିସ୍‌ ବାବୁଙ୍କୁ ସମ୍ମାନୀତ କରିଛନ୍ତି। ଏଥିସହ ଫାଇନ ମଧ୍ୟ ଦାଖଲ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଦିନ ମନ୍ତ୍ରୀ କେଟି ରାମା ରାଓଙ୍କ ଗାଡ଼ି ବାପୁ ଘାଟକୁ ଯାଉଥିଲା। ଠିକ୍‌ ରାସ୍ତାରେ ଯିବା ବଦଳରେ ଗାଡ଼ିଟି ରଙ୍ଗ ଦିଗରେ ଚାଲୁଥିବାରୁ ସବ ଇନସପେକ୍ଟର ଇଲ୍ଲାଇ ଓ କନଷ୍ଟେବଲ ଭେଙ୍କେଟଶ୍ୱରାଲୁ ଏହାକୁ ଅଟକାଇ ଥିଲେ।

ଏହି ସମୟରେ ମନ୍ତ୍ରୀ ରାମା ରାଓ ଗାଡ଼ିରେ ନଥିଲେ। ସେମାନେ ଗାଡ଼ିକୁ ଠିକ ରାସ୍ତାରେ ଯିବାକୁ କହିବା ସହ ଚାଲାଣ କାଟିଥିଲେ। ଏକଥା ଜଣାପଡ଼ିବା ପରେ ମନ୍ତ୍ରୀ ତୁରନ୍ତ ଫାଇନ ଭରିଥିଲେ। ଏହାପରେ ୨ ପୁଲିସ୍ କର୍ମଚାରୀଙ୍କୁ ଡାକି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସେମାନେ ନିଜ ଡ୍ୟୁଟିକୁ ଠିକ୍ ଭାବେ ସମ୍ପାଦନ କରୁଥିବାରୁ ରାମା ରାଓ ଉଭୟଙ୍କୁ ସମ୍ମାନୀତି କରିଛନ୍ତି।

ସେ କହିଛନ୍ତି, ନୟମ ସାଧାରଣ ଲୋକଙ୍କ ପାଇଁ ଯାହା ସେମାନଙ୍କ ପ୍ରତିନିଧିଙ୍କ ପାଇଁ ମଧ୍ୟ ସେଇଆ। ସରକାର ସବୁବେଳେ ନିଷ୍ଠାର ସହ କାମ କରୁଥିବା ପୁଲିସ୍ ଅଧିକାରୀଙ୍କ ସହ ରହିଛନ୍ତି। ଘଟଣା ଦିନ ସେ ଗାଡ଼ିରେ ନଥିବା ମଧ୍ୟ ରାମା ରାଓ କହିଛନ୍ତି। ହାଇଦ୍ରାବାଦ ପୁଲିସ୍‌ କମିଶନର ଅଞ୍ଜନୀ କୁମାର ମଧ୍ୟ ଦୁଇ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି।

The post ଚାଲାଣ କାଟିଥିବା ୨ ଟ୍ରାଫିକ ପୁଲିସ୍‌ଙ୍କୁ ସମ୍ମାନୀତ କଲେ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2YoEfSN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages