ନୂଆଦିଲ୍ଲୀ: ବିବହାର ପାଟନାର ଗାନ୍ଧୀ ମଇଦାନରେ ୮ ବର୍ଷ ତଳେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ହୋଇଥିବା ବିସ୍ଫୋରଣ ମାମଲାରେ ୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଉ ଜଣେ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଛି। ଅସନ୍ତା ନଭେମ୍ବର ୧ ତାରିଖରେ କୋର୍ଟ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ।
୨୦୧୩ ଅକ୍ଟୋବର ୨୭ ତାରିଖରେ ଗାନ୍ଧି ମଇଦାନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲିରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା। ଏହାବ୍ୟତୀତ ପାଟନା ଜଙ୍କସନ ପ୍ଳାଟଫର୍ମ ନମ୍ବର ୧୦ ନିକଟରେ ଥିବା ଶୌଚାଳୟରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୯ ଜଣ ଆହତ ହୋଇଥିଲେ। ସେତେବେଳେ ଏହି ମାମଲାରେ ଏନ୍ଆଇଏ ୧୦ ଜଣଙ୍କୁ ଗିରଫ କରିଥିଲା।
ଏନ୍ଆଇଏ ଦ୍ୱାରା ତଦନ୍ତ ପରେ ୨୧ ଅଗଷ୍ଟ ୨୦୧୪ରେ ହୈଦର ଅଲ୍ଲି ଓରଫ ବ୍ଳାକ ବିୟୁଟି, ନୋମାନ ଅଂସାରୀ, ମୋ.ମିଜିବୁଲ୍ଲାହ ଅଂସାରୀ, ଇମ୍ତିଆଜ ଆଲମ, ଅହମଦ ହୁସେନ, ଫକରୁଦ୍ଦିନ, ମୋ.ଫିରୋଜ ଆଲମ, ଇମତିଆଜ ଅଂସାରୀ, ଇଫ୍ତିକାର ଆଲମ, ଅଜହରୁଦ୍ଦିନ କୁରେଶି ଏବଂ ତୈଫିକ ଅଂସାରୀରଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଫକରୁଦ୍ଦିନ୍ଙ୍କୁ ଛାଡି ଅନ୍ୟ ସମସ୍ତ ଅଭିଯୁକ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ବେୟୁର ଜେଲରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବୋଧଗୟା ବିସ୍ଫୋରଣ ମାମଲାରେ ୫ ବର୍ଷ କରାଦଣ୍ଡରେ ଦଣ୍ଡିତ କରାଯାଇଛି।
The post ପ୍ରଧାନମନ୍ତ୍ରୀଙ୍କ ରାଲିରେ ବିସ୍ଫୋରଣ ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ appeared first on Odisha Reporter.
from Odisha Reporter https://ift.tt/2XRLVg8
No comments:
Post a Comment