ବଡ଼ଧରଣର ଭୂକମ୍ପ ଝଟକା, ଗଲା ୨୦ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

ବଡ଼ଧରଣର ଭୂକମ୍ପ ଝଟକା, ଗଲା ୨୦ ଜଣଙ୍କ ଜୀବନ

ଇସଲାମାବାଦ: ବଡ଼ ଧରଣର ଭୂକମ୍ପ ଝଟକାରେ ଥରିଛି ପାକିସ୍ତାନ। ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ଏକାଧିକ ଭୂକମ୍ପ ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଯୋଗୁ ଘର ଓ ଛାତ ଭୁଶୁଡ଼ି ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗୁରୁବାର ଭୋର ୩.୩୦ରେ ଲୋକମାନେ ବାଲୋଚିସ୍ତାନରେ ଭୂକମ୍ପ ଝଟକା ଅନଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିଲା। ବଡ଼ଧରଣର ଝଟକା ପରେ ଲୋକମାନେ ଆଉ କିଛି ଛୋଟ ଛୋଟ ଝଟକା ମଧ୍ୟ ଅନଭୁବ କରିଥିଲେ। ଏବେ ବି ଭୂକମ୍ପ ପରବର୍ତ୍ତୀ ଝଟକା କିଛି ସ୍ଥାନରେ ଅନୁଭୂତ ହେଉଛି।

ଝଟକା ଭୋର ସମୟ ହୋଇଥିବାରୁ ଅଧିକାଂଶ ଲୋକ ଘର ମଧ୍ୟରେ ଶୋଇଥିଲେ। ତେଣୁ ସେମାନେ ଠିକ୍‌ ସମୟରେ ଘରୁ ଖୋଲା ସ୍ଥାନକୁ ଆସି ପାରି ନଥିଲେ। ଏଥିଯୋଗୁ ଅନେକ ସ୍ଥାନରେ ଘର ଭାଙ୍ଗି ଓ ଛାତ ଭୁଶୁଡ଼ି ଅନୂନ୍ୟ ୨୦ ଜଣ ଲୋକଙ୍କ ଜୀବନ ଯାଇଛି। ଆହତ ହୋଇଥିବା ଅନ୍ୟ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାରକାରୀ ଦଳ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହାରନାଇ ସହର। ଏଠାରେ ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି। ହେଲେ ପ୍ରକୃତରେ କ’ଣ ଘଟିଛି, ସେକଥା ଏଯାଏ ଜଣାପଡ଼ିନି। ହାରନାଇ ବ୍ୟତୀତ କ୍ୱେଟ୍ଟା, ସିବି, ପିଶିନ, କ୍ୟୁଲା ସୈଫୁଲ୍ଲା, ଛାମନ, ଜିଆରତ ଓ ଝୋବରେ ମଧ୍ୟ ଭୂକମ୍ପ ଯୋଗୁ କ୍ଷୟକ୍ଷତି ଘଟିଛି।

କେବଳ ହାରନାଇରେ ୭୦ଟି ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି। ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବାଲୋଚିସ୍ତାନ ଗୃହ ମନ୍ତ୍ରୀ ମୀର ଜିଆ ଉଲ୍ଲା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆମ ପାଖକୁ ଆସିଛି। ସମସ୍ତେ କାନ୍ଥ ପଡ଼ି କିମ୍ବା ଘର ଭାଙ୍ଗିବା ଯୋଗୁ ପ୍ରାଣ ହରାଇଛନ୍ତି। ଏବେ କ୍ଷୟକ୍ଷତି ଆକଳନ କରାଯାଉଛି। ତେଣୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଛୋଟ ପିଲା ରହିଛନ୍ତି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

The post ବଡ଼ଧରଣର ଭୂକମ୍ପ ଝଟକା, ଗଲା ୨୦ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3DlW9Vg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages