ଶ୍ରୀମନ୍ଦିର ସମ୍ମୁଖରେ ଗାଡ଼ି ରଖି ବିଧାୟକ ହଟହଟା, ଗଣିବେ ତଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

ଶ୍ରୀମନ୍ଦିର ସମ୍ମୁଖରେ ଗାଡ଼ି ରଖି ବିଧାୟକ ହଟହଟା, ଗଣିବେ ତଣ୍ଡ

ପୁରୀ(ଓଡ଼ିଶା ରିପୋର୍ଟର): ବିଧାୟକ ଗଣିବେ ତଣ୍ଡ । ନିୟମ ଉଲ୍ଲଘଂନ କରି ପୁରୀ ଶ୍ରୀମନ୍ଦିର ସମ୍ମୁଖକୁ ଗାଡ଼ି ନେବା ମହଙ୍ଗା ପଡ଼ିଲା। କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ମହଲରୁ ଦାବି ହେବା ପରେ  ଶେଷରେ ବିଧାୟକଙ୍କ ନାଁରେ କଟିଲା ଚାଲାଣ ।  ନିଜର କ୍ଷମତାର ଅପବ୍ୟବହାର କରି ସରକାରୀ ନିୟମର ଧଜିଆ ଉଡ଼ାଇବା ଚାନ୍ଦବାଲିି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ପାଇଁ ମହଙ୍ଗା ପଡ଼ିଛି।   ବିଧାୟକଙ୍କ ଗାଡ଼ି ଉପରେ ୨ ହଜାର ଟଙ୍କା ଫାଇନ୍  ପଡ଼ିଥିବା ବେଳେ ବିଧାୟକଙ୍କ ନାଁରେ କଟିଛି ଏହି ଚାଲାଣ।

ମିଳିଥିବା ସୂଚନା ଅନୁସାରେ, ଓଡ଼ି୨୨ଏନ୍‌୦୦୧ ନମ୍ବର ବିଶିଷ୍ଟ ଫୋର୍ଡ କମ୍ପାନୀର ଏକ ବିଳାସପୂର୍ଣ୍ଣ ଗାଡ଼ି ଗତକାଲି ଶ୍ରୀମନ୍ଦିର ସମ୍ମୁଖ ଅରୁଣ ସ୍ତମ୍ଭ ନିକଟରେ ପାର୍କିଂ  ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ଏହା ଦେଖିଥିଲେ ମଧ୍ୟ କେହି କିଛି ପ୍ରତିବାଦ ଜଣାଇନଥିଲେ। ସ୍ଥାନୀୟ ଜଣେ ଯୁବକ ଏନେଇ ପୁଲିସକୁ ପ୍ରଶ୍ନ କରିବା ସହ ଏ ଗାଡ଼ି କିଭଳି ଶ୍ରୀମନ୍ଦିର ସାମ୍ନାକୁ ଆସିଲା ବୋଲି ପ୍ରଶ୍ନ କରିଥିଲେ। ମାତ୍ର ପୁଲିସ କିଛି ନକହି ଏଡ଼ାଇ ଯିବାରୁ ସେ ନିଜର ଫେସବୁକ ମାଧ୍ୟମରେ ଏହି ଗାଡ଼ି ଅଟକି ରହିଥିବାର ଭିଡ଼ିଓକୁ ଭାଇରାଲ କରିଥିଲେ। ସେ ପୁରୀର ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କଠୁ ଫାଇନ୍ ରଖାଯାଇଥିଲା। ହେଲେ ଏହି ଗାଡ଼ିକୁ କିଏ ମନ୍ଦିର ପାଖକୁ ନେବାକୁ ଅନୁମତି ଦେଲା ବୋଲି ସେ ଭିଡିଓ ମାଧ୍ୟମରେ ପୁରୀ ଜିଲ୍ଲା ଏସପିଙ୍କୁ ପ୍ରଶ୍ନ କରିଥିଲେ।

ସମ୍ପୃକ୍ତ ଯୁବକଙ୍କ ଏଭଳି ଲାଇଭ୍ ପ୍ରସାରଣକୁ ସେଠାରେ ଥିବା ପୁଲିସ କର୍ମଚାରୀମାନେ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏପରିକି ଯୁବକଙ୍କ ଏଭଳି ଲାଇଭ୍ ପ୍ରସାରଣକୁ ଦେଖି ପୁଲିସ ସୁରକ୍ଷା ମଧ୍ୟରେ ଡ୍ରାଇଭର ଗାଡ଼ିକୁ ସେଠାରୁ ନେଇ ପଳାଇଥିଲେ। ପରେ ଗାଡ଼ିର ସମ୍ମୁଖ ପଟରେ ‘ଏମଏଲଏ’ ପାସ୍ ମରାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ଜଣେ ବିଜେଡି ବିଧାୟକଙ୍କର ଗାଡ଼ି ବୋଲି ଜଣାପଡ଼ିଥିଲା । ପରେ ରାଜ୍ୟ ପରିବହନ ବିଭାଗର ତଥ୍ୟ ଅନୁସାରେ ସମ୍ପୃକ୍ତ ନମ୍ବର ବିଶିଷ୍ଟ ଗାଡ଼ି ବିଧାୟକ ବ୍ୟୋମକେଶ ରାୟଙ୍କର, ସେହି ଗାଡ଼ିଟି ୨୦୨୦ ଜୁଲାଇ ୨୨ତାରିଖରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା ।

ପୁରୀ ପୁଲିସ୍‌ର ଏପରି ପାତରଅନ୍ତର ନୀତିକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶେଷରେ ଚାଲାଣ କାଟିଛି ପୁରୀ ପୁଲିସ୍‌।   ଜଣେ ବିଧାୟକଙ୍କ ନାଁରେ ଚାଲାଣ କଟାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗତ କିଛିଦିନ ତଳେ ଶ୍ରୀମନ୍ଦିର ଚାରିପାଖରେ ଭିଡ଼କୁ ଦୃଷ୍ଟିରେ ରଖି ନୋ ପାର୍କିଂ ଜୋନ୍ କରାଯାଇଥିଲା । ସେହିପରି ଶ୍ରୀମନ୍ଦିର ସମୁଖରେ କୌଣସି କାର୍‌ ଯାତାୟାତ ନେଇ କଟକଣା ଜାରି କରାଯାଇଥିଲା  । ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପ୍ରତିଦିନ ଫାଇନ୍ କରାଯାଉଛି । ହେଲେ ବିଧାୟକଙ୍କ ଗାଡ଼ି କିପରି ଶ୍ରୀମନ୍ଦିର ସାମନାକୁ ପ୍ରବେଶ କଲା ତାକୁ ନେଇ ପ୍ରଶ୍ନ କରିବା ସହ ସୋଶାଲ ମିଡିଆରେ ଭିଡିଓ ଛାଡ଼ି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସ୍ୱେଚ୍ଛାସେବୀ  । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୁଲିସ୍‌।

The post ଶ୍ରୀମନ୍ଦିର ସମ୍ମୁଖରେ ଗାଡ଼ି ରଖି ବିଧାୟକ ହଟହଟା, ଗଣିବେ ତଣ୍ଡ appeared first on Odisha Reporter.



from Odisha Reporter https://ift.tt/3aeGEBL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages