ନବମ ଛାତ୍ରଙ୍କ କମାଲ; ସାଇକେଲ ପେଡାଲ ମାରିଲେ ଚାଲିବ ୱାସିଂ ମେସିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ନବମ ଛାତ୍ରଙ୍କ କମାଲ; ସାଇକେଲ ପେଡାଲ ମାରିଲେ ଚାଲିବ ୱାସିଂ ମେସିନ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବିନା ବିଦ୍ୟୁତରେ ଚାଲୁ ହୋଇପାରିବ ହେବ ୱାସିଂ ମେସିନ୍। ଏଥିରେ ଚାର୍ଜ ବ୍ୟାଟେରି କି ବିଦ୍ୟୁତ ସଂଯୋଗ କରିବାର ଆବଶ୍ୟକ ନାହିଁ।  ସାଇକେଲ ପେଡାଲ ମାରିଲେ ୱାସିଂ ମେସିନ୍ ଚାଲିବ। ଏଭଳି ମେସିନରେ ଲୁଗା ସଫା କଲେ ଶରୀର ସୁସ୍ଥ ରହିବ। କାରଣ ସାଇକେଲ ପେଡାଲ ମାରିଲା ବେଳେ ଶାରୀରିକ ପରିଶ୍ରମ ହେଉଥିବାରୁ ଦେହ ଭଲ ରହିବ। ଏଭଳି ଏକ ୱାସିଂ ମେସିନ୍ ତିଆରି କରିଛନ୍ତି ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର।

ସତ୍ୟନାରାୟଣ ଏହି ମେସିନର ନାଁ ରଖିଛନ୍ତି ‘ସାଇକେଲ ପାୱାର ୱାସିଂ ମେସିନ୍’। ଏହା ପ୍ଲାଷ୍ଟିକ ଡ୍ରମ୍ ଓ ସାଇକେଲରେ ତିଆରି ହୋଇଛି। ଏଥିରେ ସାଇକେଲର ଆଗ ଓ ପଛ ଚକକୁ ବାହାର କରି ଦିଆଯାଇଛି।

ଏହି ପାୱାର ୱାସିଂ ମେସିନ୍’ରେ ପ୍ଲାଷ୍ଟିକ ଡ୍ରମଟି ୱାସିଂ ମେସିନ୍ ବକ୍ସ ଭଳି ବ୍ୟବହାର ହେଉଛି। ଏଥିରେ ଗୋଟିଏ ଏକ୍ସଲ ଲାଗିଛି। ଯାହା ସାଇକେଲର ଫ୍ରି ୱିଲ୍ ସହ ସଂଯୋଗ ହୋଇଛି। ପ୍ଲାଷ୍ଟିକ ଡ୍ରମ୍ ଭିତରେ ଏକ ଜାଲି ଲାଗିଛି। ଏହା ଭିତରେ ସଫା ହେବାକୁ ଥିବା କପଡ଼ା ରହିବ। ଆଉ ପେଡାଲ ମାରିଲେ ଫ୍ରି ୱିଲ ଘୁରୁଥିବା ବେଳେ ଏକ୍ସଲଟି ଘୁରିବ। ଫଳରେ ପ୍ଲାଷ୍ଟିକ ଡ୍ରମ ଭିତରେ ଡିଟରଜେଣ୍ଟ ଓ ପାଣି ପକାଇଲେ ତାହା ଫେଣ ସୃଷ୍ଟି କରିବ। ଫଳରେ  ଲୁହା ଜାଲି ଭିତରେ ଥିବା ଲୁଗା ଘୁରିଘୁରି ସଫା ହେବ।

ବିନା ବିଦ୍ୟୁତରେ ଚାଲୁ ହୋଇପାରିବ ହେବ ୱାସିଂ ମେସିନ୍

ଚଳିତବର୍ଷ ଇନ୍ସପାୟାର ଆୱାର୍ଡ ପାଇଁ ବିଜ୍ଞାନ ପ୍ରକଳ୍ପ ଚୟନ ବେଳେ ଏହି ମେସିନଟିକୁ ତିଆରି କରିବା ଲାଗି ମନକୁ ଆସିଥିବା ସତ୍ୟନାରାୟଣ କହିଛନ୍ତି। ସେ କହିଛନ୍ତି, ତାଙ୍କୁ ଏଥିରେ ତାଙ୍କ ଭଉଣୀ ଓ ପରିବାର ଲୋକେ ସହାୟତା କରିଥିଲେ। ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ଜିଲ୍ଲାସ୍ତରରେ ଇନ୍ସପାୟାର ପୁରସ୍କାର ସେ ପାଇଛନ୍ତି।  ସତ୍ୟନାରାୟଣଙ୍କ ଏଭଳି ପ୍ରକଳ୍ପକୁ ନେଇ ଖୁସି ପ୍ରକଟ କରିଛନ୍ତି ଶିକ୍ଷୟିତ୍ରୀ।

ବିଜ୍ଞାନ ଶିକ୍ଷୟିତ୍ରୀ ରଞ୍ଜିତା ଶତପଥୀ କହିଛନ୍ତି, ଇନ୍ସପାୟାର ପୁରସ୍କାର ପାଇଁ  ସତ୍ୟ ନାରାୟଣଙ୍କୁ ସିଲେକ୍ଟ କରିଥିଲୁ।  ସେ କେତେ ଗୁଡ଼ିକ ପ୍ରୋଜେକ୍ଟ ଦେଇଥିଲେ। ତାହା ଭିତରେ ଏହି ପ୍ରୋଜେକ୍ଟଟା ଭଲ ଲାଗିଲା।  ଏହି ୱାସିଂ ମେସିନଟି ବିଦ୍ୟୁତ୍‌ ବିନା ଚାଲିବ। ସେଥିରେ ବିଦ୍ୟୁତ ବିଲ୍‌ ଦେବାକୁ ପଡ଼ିବ ନାହିଁ। ଏଥିରେ ଲୁଗା ସଫା କରିବା ସହ ବ୍ୟାୟମ  ବି ହୋଇପାରିବ।

ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁ କହିଛନ୍ତି, ସତ୍ୟନାରାୟଣ  ଜଣେ ମେଧାବୀ ଛାତ୍ର।  ସେ ତିଆରି କରିଥିବା ୱାସିଂ ମେସିନ୍’କୁ ଗରିବ ଲୋକ ମଧ୍ୟ ବ୍ୟବହାର କରିପାରିବେ।

The post ନବମ ଛାତ୍ରଙ୍କ କମାଲ; ସାଇକେଲ ପେଡାଲ ମାରିଲେ ଚାଲିବ ୱାସିଂ ମେସିନ୍ appeared first on Odisha Reporter.



from Odisha Reporter https://ift.tt/2ZU0dxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages