ଆତଙ୍କବାଦୀ-ଯବାନ ମୁହାଁମୁହିଁ, ଜଣେ ଯବାନଙ୍କ ସମେତ ୩ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 23, 2021

ଆତଙ୍କବାଦୀ-ଯବାନ ମୁହାଁମୁହିଁ, ଜଣେ ଯବାନଙ୍କ ସମେତ ୩ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଞ୍ଚ ଅଞ୍ଚଳରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଠକଣା ଖୋଜିବା ବେଳେ ପ୍ରବଳ ଗୁଳିମାଡରେ ଜଣେ ଯବନା ଓ ଦୁଇ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି।

ଆତଙ୍କବାଦୀ ଲୁଚି ରହିଥିବା ଠିକଣାଗୁଡିକୁ ଖୋଜିବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ଜିଆ ମୁସ୍ତାଫାଙ୍କୁ ପୁଞ୍ଚ ଜିଲ୍ଲାର ଭାଟା ଡୁରିଆନକୁ ନିଆଯାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଜଣେ ଯବାନ ଏବଂ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆତଙ୍କବାଦୀ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛି।  ସେପଟେ ପ୍ରବଳ ଗୁଳି ବିନିମୟ ହେତୁ ମୁସ୍ତାଫାଙ୍କୁ ଭାଟା ଡୁରିଆନରୁ ବାହାର କରାଯାଇପାରି ନାହିଁ ବୋଲି ପୁଲିସ କହିଛି।

ଜମ୍ମୁ କଶ୍ମୀର ପୁଲିସର ସୂଚନାନୁସାରେ ସୁରକ୍ଷା ବାହିନୀର ଜବାବୀ ହମ୍‌ଲା ସମୟରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଖୋଜାଖୋଜି ସମୟରେ ଯେତେବେଳେ ଦଳ ଭଟା ଦୁରିଆନ୍‌ର ଲୁଚି ରହିଥିବା ସ୍ଥାନ ନିକଟରେ ପହଞ୍ଚିଥିଲା ​​ସେତେବେଳେ ଆତଙ୍କବାଦୀମାନେ ହଠାତ୍ ପୁଲିସ୍ ଏବଂ ସେନା କର୍ମଚାରୀଙ୍କ ମିଳିତ ଟିମ୍ ଉପରେ ଗୁଳି ମାଡ କରିଥିଲେ।

ଦୀର୍ଘ ୧୪ ଦିନ ଧରି ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ ରଜୌରୀ ଜିଲ୍ଲାରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟ ଜାରି ରହିଛି। ଗତ ସପ୍ତାହରେ ଏହି ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଦୁଇଟି ପୃଥକ ଆକ୍ରମଣରେ ନଅ ଜଣ ସେନା କର୍ମଚାରୀ ସହିଦ ହୋଇଥିଲେ।

The post ଆତଙ୍କବାଦୀ-ଯବାନ ମୁହାଁମୁହିଁ, ଜଣେ ଯବାନଙ୍କ ସମେତ ୩ ଆହତ appeared first on Odisha Reporter.



from Odisha Reporter https://ift.tt/3E7x00I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages