ଶାହରୁଖ ବିଜେପିରେ ମିଶିଲେ ଡ୍ରଗ୍ସ ଚିନିରେ ପରିଣତ ହୋଇଯିବ: ଛଗନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 23, 2021

ଶାହରୁଖ ବିଜେପିରେ ମିଶିଲେ ଡ୍ରଗ୍ସ ଚିନିରେ ପରିଣତ ହୋଇଯିବ: ଛଗନ

ମୁମ୍ବାଇ: ‘ଯଦି ଶାହରୁଖ ଖାଁ ବିଜେପିରେ ଯୋଗ ଦେବେ, ତା’ହେଲେ ଡ୍ରଗ୍ସ ଚିନି ଗୁଣ୍ଡରେ ପରିଣତ ହୋଇଯିବ’। ମୁମ୍ବାଇ କ୍ରୁଜ୍ ଶିପ୍ ଡ୍ରଗ୍ସ ମାମଲାରେ ବିଜେପିକୁ ଟାର୍ଗେଟ କରି ଶନିବାର ଏହିଭଳି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଛଗନ ଭୂଜବଳ।

ସେ କହିଛନ୍ତି, ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ବ୍ୟାପକ ପରିମାଣରେ ଡ୍ରଗ୍ସ ଜବତ ହୋଇଛି। କିନ୍ତୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତା’ର ତଦନ୍ତ କରିବା ପରିବର୍ତ୍ତେ ଶାହରୁଖ ଖାଁଙ୍କ ପଛରେ ପଡ଼ିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ସଠିକ୍ ପଦକ୍ଷେପ ନେବେ। ତା’ପରେ ଏନ୍‌ସିପି ନେତା ନବାବ ମଲ୍ଲିକଙ୍କ ସମେତ ଅନ୍ୟ ରାଜନେତାମାନେ ସେମାନଙ୍କ ପରିଣାମ ସଂପର୍କରେ ଜାଣିପାରିବେ। ନିକଟରେ ନବାବ ମଲ୍ଲିକ କହିଥିଲେ ବର୍ଷେ ଭିତରେ ସମୀର ୱାଙ୍ଖଡେ ତାଙ୍କ ଚାକିରି ହରାଇବେ।

ସେହିଭଳି ଅନ୍ୟ ଜଣେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଥିଲେ ଯେ କେବଳ ବଲିଉଡ୍‌ର ସମ୍ମାନହାନି କରିବା ପାଇଁ ଏନ୍‌ସିବି କାର୍ଯ୍ୟ କରୁଛି। ଏହାର ଜବାବର ପାଟିଲ କହିଛନ୍ତି ଯେ ସେହି ପ୍ରଶ୍ନ ଏନ୍‌ସିବିକୁ ପଚାରିଲେ ଭଲ ହୁଅନ୍ତା।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଶିପ୍ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଏନ୍‌ସିବି ଅକ୍ଟୋବର ୩ ତାରିଖରେ ଗିରଫ କରିଥିଲେ। ତାଙ୍କୁ ଏଯାବତ୍ ଜାମିନ୍ ମିଳି ପାରି ନଥିବା ବେଳେ ସେ ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ଏହି ଘଟଣାରେ ଆଉ ୮ ଜଣ ଗିରଫ ହୋଇଥିବା ବେଳେ ଏନ୍‌ସିବି ପକ୍ଷରୁ ବଲିଉଡ୍ ଅଭିନତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦୁଇ ଥର ଜେରା କରାଯାଇଛି। ଆସନ୍ତାକାଲି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି ଏନ୍‌ସିବି। ସେ ଆର୍ଯ୍ୟନଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କରିବା ନେଇ ଅଭିଯୋଗ ହୋଇଛି।

The post ଶାହରୁଖ ବିଜେପିରେ ମିଶିଲେ ଡ୍ରଗ୍ସ ଚିନିରେ ପରିଣତ ହୋଇଯିବ: ଛଗନ appeared first on Odisha Reporter.



from Odisha Reporter https://ift.tt/2Zj9386

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages