ନୂଆଦିଲ୍ଲୀ: ଦେଶରେ ରେକର୍ଡ ପରେ ରେକର୍ଡ କରି ଚାଲିଛି ବର୍ଦ୍ଧିତ ତୈଳଦର। ଉଭୟ ପେଟ୍ରୋଲ ଓ ଡିଜେଲ ସହ ସବୁ ଜିନିଷର ଦାମ ବଢ଼ୁଥିବାରୁ ଖାଉଟି ହନ୍ତସନ୍ତ ହେବାରେ ଲାଗିଲେଣି। ଗୋଟିଏ ପଟେ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ଲୋକଙ୍କୁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡ଼ିଛି।
ଦେଶରେ କ୍ରମାଗତ ଆଜି ୩ୟ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। କିନ୍ତୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୮୮ ପଇସା ଓ ଡିଜେଲ ୯୪ ପଇସା ବଢ଼ିଥିବା ଗୁଟ ରିଟର୍ନସରେ ଖବର ପ୍ରକାଶ ପାଇଛି।
ନୂଆ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଭଳି ଡିଜେଲ ମଧ୍ୟ ୧୦୦ ଟଙ୍କା ପାର କରିଛି। ଆଜି ଡିଜେଲ ୯୪ ପଇସା ବଢ଼ିବାରୁ ଭୁବନେଶ୍ୱରରେ ଏହା ଲିଟର ପିଛା ୧୦୦.୫୧ ଟଙ୍କାରେ ବିକ୍ରି ହେଉଛି। ସେହିପରି ପେଟ୍ରୋଲର ଲିଟର ପିଛା ଦାମ ୧୦୪.୫୭ ଟଙ୍କା ରହିଛି। ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୭ ପଇସା ଓ ଡିଜେଲ ୨୬ ପଇସା ମହଙ୍ଗା ହୋଇଥିଲା।
ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ଦାମ ୧୦୩.୨୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୭୭ ଟଙ୍କା ହୋଇଛି। ଅନ୍ୟ ସହରର କଥା ବିଚାରକୁ ନେଲେ ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି। ନୂଆ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୨୫ ଟଙ୍କା ଛୁଇଁଛି।
କୋଲକାତାରେ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୯୪ଟଙ୍କା, ଚେନ୍ନାଇରେ ୧୦୦.୭୫ ଟଙ୍କା, ବେଙ୍ଗାଲୁରୁରେ ୧୦୬.୫୨ ଟଙ୍କା, ଭୋପାଳରେ ୧୧୧.୭୬ ଟଙ୍କା ଓ ଲକ୍ଷ୍ନୌରେ ୧୦୦.୩୧ ଟଙ୍କା ରହିଛି।
ସେହିପରି ମୁମ୍ବାଇରେ ଡିଜେଲର ଲିଟର ପିଛା ଦର ୯୯.୫୫ ଟଙ୍କା, କୋଲକାତାରେ ୯୪.୮୮ ଟଙ୍କା, ଚେନ୍ନାଇରେ ୯୬.୨୬ ଟଙ୍କା, ବେଙ୍ଗାଲୁରୁରେ ୯୭.୦୩ ଟଙ୍କା, ଭୋପାଳରେ ୧୦୦.୮୦ ଟଙ୍କା ଓ ଲକ୍ଷ୍ନୌରେ ୯୨.୨୦ ଟଙ୍କା ରହିଛି।
The post ଥମୁନି ତୈଳଦର: ଭୁବନେଶ୍ୱରରେ ଡିଜେଲ ୧୦୦ ପାର୍, ପେଟ୍ରୋଲ ବି ବଢ଼ିଲା appeared first on Odisha Reporter.
from Odisha Reporter https://ift.tt/3Ddt1zc
No comments:
Post a Comment