ଆଜି ମହାସପ୍ତମୀ, ମା’ଙ୍କୁ ମିଳିବ ଚକ୍ଷୁ ଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ଆଜି ମହାସପ୍ତମୀ, ମା’ଙ୍କୁ ମିଳିବ ଚକ୍ଷୁ ଦାନ

କଟକ(ଓଡ଼ିଶା ରିପୋର୍ଟର): ଆଜି ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା  । ଗତକାଲି ଷଷ୍ଠୀରେ ମା’ଙ୍କୁ ବିଲ୍ୱବରଣ କରାଯାଇ ପାଛୋଟି ଅଣାଯାଇଥିଲା । ଆଜି ସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ମା’ଙ୍କୁ ଦିଆଯିବ ଚକ୍ଷୁ ଦାନ।  ବେଦମନ୍ତ୍ର ପାଠରେ କମ୍ପିବ ପୂଜାମଣ୍ଡପ । ହେଲେ କରୋନା କଟକଣା ଯୋଗୁଁ ଏଥର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିପାରିବେ ନାହିଁ  ।

ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍‌ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି । ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱଗୁଡିକ ଆବଦ୍ଧ କରିଦିଆଯାଇଛି ।

ସେପଟେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ଅଷ୍ଟମୀ ପୂଜା ହେଉଛି । ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

The post ଆଜି ମହାସପ୍ତମୀ, ମା’ଙ୍କୁ ମିଳିବ ଚକ୍ଷୁ ଦାନ appeared first on Odisha Reporter.



from Odisha Reporter https://ift.tt/3lxWH49

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages