ଗୋପବନ୍ଧୁ କେନ୍ଦ୍ରାଂଚଳ ଆରଡିସି, ଭିନସେଣ୍ଟ ଉତ୍ତରାଂଚଳ ଆରଡିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ଗୋପବନ୍ଧୁ କେନ୍ଦ୍ରାଂଚଳ ଆରଡିସି, ଭିନସେଣ୍ଟ ଉତ୍ତରାଂଚଳ ଆରଡିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୩ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ। ଆଇଏଏସ୍ ଅନୀଲ କୁମାର ସାମଲ ଗତକାଲି ସରକାରୀ ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା।  ଅବସର ପରେ ଶ୍ରୀ ସାମଲଙ୍କୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ଅଧ୍ୟକ୍ଷ ଓ କଟକ ମହାନଗର ନିଗମ ପ୍ରଶାସକ ଭାବେ ଥଇଥାନ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୋପବନ୍ଧୁ ଶତପଥୀ ନିଜର ଦାୟିତ୍ୱ ସହ କଟକ କେନ୍ଦ୍ରାଂଚଳ ରାଜସ୍ୱ କମିଶନର(ଆରଡିସି) ଦାୟିତ୍ୱ ତୁଲାଇବେ। ସେହିପରି ସମ୍ବଲପୁର ଉତ୍ତରାଂଚଳ ଆରଡିସିଙ୍କ ସଚିବ ଭିନସେଣ୍ଟ ପୁନମ ଏକ୍କାଙ୍କୁ ସମ୍ବଲପୁର ଆରଡିସି ଭାବେ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୀଲ ସାମଲଙ୍କ ଅବସର ଯୋଗୁ ଉତ୍ତରାଂଚଳ ଆରଡିସି ପଦବୀ ମଧ୍ୟ ଖାଲି ପଡ଼ିଛି । ଶ୍ରୀ ସାମଲ ଉଭୟ କେନ୍ଦ୍ରାଂଚଳ ଓ ଉତ୍ତରାଂଚଳ ଆରଡିସି ଭାବେ କାର୍ଯ୍ୟ କରୁଥିଲେ ।

ଏହା ବ୍ୟତୀତ ୧୯୯୯ ବ୍ୟାଚ୍ ଭାରତୀୟ ରେଳବାଇ ପର୍ସେନାଲ ସର୍ଭିସ(ଆଇଆରପିଏସ) ସାଗରିକା ପଟ୍ଟନାୟକଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସେ ୨୦୨୫ ଏପ୍ରିଲ ୨୨ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରରୁ ଡେପୁଟେସନରେ ଆସିଛନ୍ତି । ସେ କେନ୍ଦ୍ର ସରକାରଙ୍କ ପର୍ସେନାଲ ଆଣ୍ଡ ଟ୍ରେନିଂ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

The post ଗୋପବନ୍ଧୁ କେନ୍ଦ୍ରାଂଚଳ ଆରଡିସି, ଭିନସେଣ୍ଟ ଉତ୍ତରାଂଚଳ ଆରଡିସି appeared first on Odisha Reporter.



from Odisha Reporter https://ift.tt/3D1xq8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages