ପଞ୍ଜାବର କ୍ରମାଗତ ଦ୍ୱିତୀୟ ବିଜୟ, ପ୍ଲେଅଫରେ ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ପଞ୍ଜାବର କ୍ରମାଗତ ଦ୍ୱିତୀୟ ବିଜୟ, ପ୍ଲେଅଫରେ ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ। ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୪୫ତମ ମ୍ୟାଚ୍‌ରେ ପଞ୍ଜାବ ପ୍ରତିପକ୍ଷ କୋଲକାତା ନାଇଡ ରାଇଡର୍ସକୁ ୫ ୱିକେଟରେ ପରାସ୍ତ କରିଛି। ପଞ୍ଜାବ ଏହି ବିଜୟ ପରେ ଦଳର ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିଛି ଯାଇଛି।

ତେବେ ପଞ୍ଜାବ ଜିତିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆପେଆପେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ନେଇଛି। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ପ୍ରଥମ ଦଳ ଭାବେ ପ୍ଲେଅଫ ଟିକେଟ ଆଶା କରିଥିଲେ।

ଏବେ ପ୍ଲେଅଫର ବାକି ଦୁଇଟି ସ୍ଥାନ ପାଇଁ ୫ ଟିମ ଦାବିଦାର ରହିଛନ୍ତି। କୋଲକାତା, ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ସମାନ ୧୦ ପଏଣ୍ଟ ଲେଖାଏ ପାଇଥିବା ବେଳେ ରାଜସ୍ଥାନ ୧୧ ମ୍ୟାଚ୍‌ରୁ ୮ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ତେଣୁ ପ୍ଲେଅଫ ଟିକେଟ କାହାକୁ ମିଳୁଛି, ତାହା ଦେଖିବାକୁ ବାକି ରହିଛି।

ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ପଞ୍ଜାବ ଶେଷ ଓଭର୍‌ରେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୬୫ ରନ କରିଥିଲା। ଏହାର ଜବାବରେ ପଞ୍ଜାବ ୫ ୱିକେଟ ହରାଇ ୧୬୮ ରନ୍‌ କରି ନେଇଛି। ଜିତିବାକୁ ୪ ରନ୍‌ ଦରକାର ଥିବା ବେଳେ ଯୁବ ତାରକା ଶାହରୁଖ ଖାନ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ୬୭ ରନ୍‌ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୪୦ ଓ ଶାହରୁଖ ୯ ବଲରେ ଅପରାଜି ୨୨ ରନ୍‌ର ଇନିଂସ ଖେଳିଛନ୍ତି।

କୋଲକାତା ଦେଇଥିବା ୧୬୬ ରନ୍‌ ଟାର୍ଗେଟର ପିଛା କରୁଥିବା ପଞ୍ଜାବ ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ରାହୁଲ ଓ ମୟଙ୍କ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୭୦ ରନ ଯୋଡ଼ିଥିଲେ। ଏହି ଯୋଡ଼ିକୁ ୯ମରେ ବରୁଣ ଚକ୍ରବର୍ତ୍ତୀ ଭାଙ୍ଗିଥିଲେ। ସେ ମୟଙ୍କ(୪୦)ଙ୍କୁ ଆଉଟ କରି କୋଲକାତାକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ନିକୋଲସ ପୂରନ(୧୨) ଓ ଏଡେନ ମାର୍କମ(୧୮) ବେଶୀ ସମୟ କ୍ରିଜ୍‌ରେ ରହି ପାରି ନଥିଲେ। ସେମାନଙ୍କ ୱିକେଟ ଯଥାକ୍ରମେ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ନେଇଥିଲେ। ଦୀପପ ହୁଡ୍ଡା(୩)ଙ୍କୁ ଶିବମ ମାଭି ଆଉଟ କରି ପଞ୍ଜାବକୁ ୪ର୍ଥ ଝଟକା ଦେଇଥିଲେ।

ରାହୁଲ ଗୋଟିଏ ପଟେ ଛିଡ଼ା ହୋଇଥିଲେ ହେଁ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ପାରି ନଥିଲେ। ସେ ବେଶ ସତର୍କତାର ସହ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ଓଭର୍‌ରେ ଦଳକୁ ୫ ରନ୍‌ ଦରକାର ଥିବା ବେଳେ କୋଲକାତା ପକ୍ଷରୁ ଭେଙ୍କଟେଶ ଆୟର ବୋଲିଂ କରିଥିଲେ।

ସେ ପ୍ରଥମ ବଲ୍‌ରେ ୧ ରନ୍‌ ବ୍ୟୟ କରିବାରୁ ରାହୁଲ ଷ୍ଟ୍ରାଇକ ପାଇଥିଲେ। କିନ୍ତୁ ଶେଷ ଓଭର୍‌ର ଦ୍ୱିତୀୟ ବଲରେ ରାହୁଲ(୬୭) ବଡ଼ ଶଟ ଖେଳିବା ଲୋଭରେ ବାଉଣ୍ଡରୀ ପାଖରେ ଆଉଟ ହୋଇ ଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୪ଚୌକା ଓ ୨ ଛକା ବଳରେ ୬୭ ରନ୍‌ର ଇନିଂସ ଖେଳିଥିଲେ।

ରାହୁଲ ଆଉଟ ହେବାରୁ ପଞ୍ଜାବ କ୍ୟାମ୍ପ ସାମାନ୍ୟ ନର୍ଭସ ହୋଇ ଯାଇଥିଲା। କିନ୍ତୁ ଶାହରୁଖ ଚମତ୍କାର ଶଟ ମାରି ଦଳକୁ ୩ ବଲ ପୂର୍ବରୁ ଜିତାଇ ଦେଇଥିଲେ। ସେ ଶେଷ ଯାଏ ୨ ଛକା ଓ ୧ ଚୌକା ବଳରେ ୨୨ ରନ୍‌ କରି ଅପରାଜିତ ଥିଲେ। ରାହୁଲଙ୍କ ଆଉଟ ହେବା ପରେ ଫାବିଏନ ଆଲେନ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ସେ କୌଣସି ବଲର ସମ୍ମୁଖୀନ ହୋଇ ନଥିଲେ।

କୋଲକାତା ପକ୍ଷରୁ ଚକ୍ରବର୍ତ୍ତୀ ଦୁଇଟି ୱିକେଟ ନେଇଥିବା ବେଳେ ନାରନି, ମାଭି ଓ ଭେଙ୍କଟେଶ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଏହାପୂର୍ବରୁ ଭେଙ୍କଟେଶ ଆୟରଙ୍କ ୬୭ ଓ ନୀତୀଶ ରାଣାଙ୍କ ୧୮ ବଲ୍‌ରେ ୩୧ ରନ୍‌ ବଳରେ କୋଲକାତା ୭ ୱିକେଟ ହରାଇ ୧୬୫ ରନ୍‌ କରିଥିଲା।

The post ପଞ୍ଜାବର କ୍ରମାଗତ ଦ୍ୱିତୀୟ ବିଜୟ, ପ୍ଲେଅଫରେ ଦିଲ୍ଲୀ appeared first on Odisha Reporter.



from Odisha Reporter https://ift.tt/3uxWUaq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages