କ୍ରୁଜ ପାର୍ଟି ମାମଲା: ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

କ୍ରୁଜ ପାର୍ଟି ମାମଲା: ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ବଢ଼ିଛି ଗିରଫଦାରୀ ସଂଖ୍ୟା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝାରେ ପଡିଛନ୍ତି ଆଉ ଜଣେ ବ୍ୟକ୍ତି। ଶନିବାର ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କ ବନ୍ଧୁ ଆରବାଜ ମର୍ଚ୍ଚେଣ୍ଟଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ଦାବି କରିଛି।  ଫଳରେ ଏହି ମାମଲାରେ ଗିରଫ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି।

ଗିରଫ ବ୍ୟକ୍ତିଙ୍କ ନାଁ ରାମଦାସ। କ୍ରୁଜ ଡ୍ରଗ୍ସ ମାମଲାରେ ଧରାପଡିଥିବା ଅଭିଯୁକ୍ତଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ରାମଦାସ ହିଁ ଅରବାଜଙ୍କୁ ପ୍ରଥମେ ଚରସ ଦେଉଥିଲେ। ଏହାପରେ ଆରବାଜ ଆର୍ଯ୍ୟନ୍‌ଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ସୂଚନା ଦେଇଛି।

ସେପଟେ ଗତକାଲି ଏନ୍‌ସିବି ଶାହାରୁଖ ଖାନ୍‌ଙ୍କ ଡ୍ରାଇଭରଙ୍କୁ ଜେରା କରିଛି। ରାଜେଶ ମିଶ୍ରା (ଡ୍ରାଇଭର)ଙ୍କୁ ଏନ୍‌ସିବି ଘଟଣା ଦିନର ପୂରା ତଥ୍ୟ ଜାଣିବା ପାଇଁ ପଚରାଉଚରା କରିଛି। ଆର୍ଯ୍ୟନ୍‌ଙ୍କ ସହ ଗାଡିରେ କିଏ ଯାଇଥିଲେ? ତାଙ୍କ ସହ ଆଉ କିଏ କିଏ ଥିଲେ? ସେ ନେଇ ଡ୍ରାଇଭରଙ୍କୁ ଏନ୍‌ସିବି ପ୍ରଶ୍ନ କରିଛି। ଦୀର୍ଘ ଘଣ୍ଟାର ଜେରା ପରେ ଏନ୍‌ସିବି ଶାହାରୁଖଙ୍କ ଡ୍ରାଇଭରଙ୍କୁ ଛାଡି ଦେଇଛି।

ସୂଚନା ମୁତାବକ ମୁମ୍ବାଇ ହାଇ ପ୍ରୋଫାଇଲ୍‌ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଆର୍ଯ୍ୟନ୍‌ଙ୍କୁ ଆର୍ଥର ରୋଡ୍‌ ଜେଲ୍‌ରେ ରଖାଯାଇଛି। ତାଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ଏହି ଜେଲରେ ଅଛନ୍ତି। ସେପଟେ ମୁନ୍‌ ମୁନ୍‌ ଧମେଚା ଓ ନୁପୂର ଶାରିକା ସମେତ ଅନ୍ୟ ମହିଳା ଅଭିଯୁକ୍ତଙ୍କୁ ବାଇକୁଲା ଜେଲ୍‌ରେ ରଖାଯାଇଛି।

୮ ତାରିଖ ଦିନ ଆର୍ଯ୍ୟନ୍‌ଙ୍କୁ ଜେଲ୍‌ ପଠାଯାଇଥିଲା। ମୁମ୍ବାଇ କିଲା କୋର୍ଟରେ ତାଙ୍କ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସୋମବାର ଆର୍ଯ୍ୟନ୍‌ଙ୍କ ଓକିଲ ମୁମ୍ବାଇ ସେସନ୍‌ କୋର୍ଟରେ ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି।

The post କ୍ରୁଜ ପାର୍ଟି ମାମଲା: ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତି ଗିରଫ appeared first on Odisha Reporter.



from Odisha Reporter https://ift.tt/2WWHjET

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages