ବସିବ କୋର୍ କମାଣ୍ଡର ସ୍ତରୀୟ ବୈଠକ, ବାହାରିବ କି ସମାଧାନର ବାଟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ବସିବ କୋର୍ କମାଣ୍ଡର ସ୍ତରୀୟ ବୈଠକ, ବାହାରିବ କି ସମାଧାନର ବାଟ?

ନୂଆଦିଲ୍ଲୀ: ବାହାରିବ ବି ସମାଧାନର ବାଟ? ଶେଷ ହେବ କି ସୀମା ବିବାଦ? ମାନିବ କି ଡ୍ରାଗନ? ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ  ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ।

ପାଟ୍ରୋଲିଂ ପଏଣ୍ଟ୍-୧୫ ବା ହଟସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଆଲୋଚନାର ମୁଖ୍ୟ ଏଜେଣ୍ଡା ରହିଛି।  ଏବେ ସେଠାରେ ଉଭୟ ପକ୍ଷରୁ ୫୦ ଜଣ ଲେଖାଏଁ ଯବାନ ମୁତୟନ ଅଛନ୍ତି।  ଡେପ୍ସାଙ୍ଗ୍ ବଲ୍ଜ ଓ ଚାର୍ଡିଙ୍ଗ୍ ନାଲା ଜଙ୍କସନ୍‌ରେ ପାଟ୍ରୋଲିଂ ଅଧିକାର ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ।

୧୦ ଦିନ ତଳେ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଏବଂ ଅଗଷ୍ଟ ୩୦ରେ ଉତ୍ତରାଖଣ୍ଡ ବାରାହୋତି ଅଞ୍ଚଳରେ ଚୀନ୍ PLA ସୈନ୍ୟ ଭାରତ ସୀମା ଭିତରକୁ ପ୍ରାୟ ୫ କିଲୋମିଟର ପଶିଆସିଥିଲେ।  ବିନା କୌଣସି ସଂଘର୍ଷରେ ସେମାନେ ଫେରିଯାଇଥିଲେ ମଧ୍ୟ ଏହି ଏଲ୍ଏସି ଅତିକ୍ରମଣ ପ୍ରସଙ୍ଗ ଭାରତ କୋର୍ କମାଣ୍ଡର୍ ସ୍ତରୀୟ ବୈଠକରେ ଉଠାଇପାରେ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଅଗଷ୍ଟ ୨ ତାରିଖରେ ଉଭୟ ଦେଶ ମଧ୍ୟରେ ୧୨ତମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବା ପରେ ‘ଗୋଗ୍ରା’ ବା ‘ପାଟ୍ରୋଲ୍‌ ପଏଣ୍ଟ୍‌-୧୭ଏ’ରୁ ସୈନ୍ୟ ଅପସାରିତ ହୋଇଥିଲେ। ଫେବ୍ରୁଆରି ମଧ୍ୟ ଭାଗରେ ଦୁଇ ସେନା ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ସେକ୍ଟର୍‌ରୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଫେରାଇ ନେବା ପରେ ଏହା ଥିଲା ଚଳିତ ବର୍ଷର ଏକ ବଡ଼ଧରଣର ଅପସାରଣ ପ୍ରକ୍ରିୟା।

ଗଲା ୧୭ ମାସ ହେବ ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଚଳିତ ବର୍ଷ ‘ଫ୍ରିକ୍ସନ୍‌ ପଏଣ୍ଟ୍‌’ ଗୁଡ଼ିକରୁ ଦୁଇ ପର୍ଯ୍ୟାୟ ଅପସାରଣ ପ୍ରକ୍ରିୟା ଶେଷ ହୋଇଥିଲେ ବି ପୂର୍ବ ଲଦାଖରେ ଏବେ ମଧ୍ୟ ଉଭୟ ଦେଶର ୫୦ ରୁ ୬୦ ହଜାର ସୈନ୍ୟ ମୁତୟନ ହୋଇ ରହିଛନ୍ତି।

The post ବସିବ କୋର୍ କମାଣ୍ଡର ସ୍ତରୀୟ ବୈଠକ, ବାହାରିବ କି ସମାଧାନର ବାଟ? appeared first on Odisha Reporter.



from Odisha Reporter https://ift.tt/3DqPed9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages