ଚେନ୍ନାଇକୁ ଚିତ୍‌ କରି ଶୀର୍ଷରେ ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ଚେନ୍ନାଇକୁ ଚିତ୍‌ କରି ଶୀର୍ଷରେ ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷରେ ପୁଣି ପହଞ୍ଚି ଯାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ସୋମବାର ରାତିରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସକୁ ୩ ୱିକେଟରେ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୩୬ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୨ଟି ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି।

ଏବେ ଦିଲ୍ଲୀ ୧୩ ମ୍ୟାଚ୍‌ରୁ ୧୦ ବିଜୟ ସହ ୨୦ ପଏଣ୍ଟ ହାସଲ କରିଥିବା ବେଳେ ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୧୮ ପଏଣ୍ଟ ପାଇଛି। ଉଭୟ ଦଳ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। କିନ୍ତୁ ଟେବୁଲ ଟପ୍ପର କିଏ ହେଉଛି, ତା’ ଉପରେ ସମସ୍ତଙ୍କ ନଜର। ଦିଲ୍ଲୀ ତା’ର ଶେଷ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳିବାକୁ ଥିବା ବେଳେ ଚେନ୍ନାଇ ଅକ୍ଟୋବର ୭ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଅନ୍ତିମ ଲିଗ ମ୍ୟାଚ୍‌ ଖେଳିବ।

ସୋମବାର ମ୍ୟାଚ୍‌ରେ ଦିଲ୍ଲୀ ଆଗରେ ୧୩୭ ରନର ଟାର୍ଗେଟ ରହିଥିଲା। ଦଳ ପକ୍ଷରୁ ଓପନର ପୃଥ୍ୱୀ ଶ’ ଓ ଶିଖର ଧୱନ ଦ୍ରୁତ ଆରମ୍ଭ କରିଥିଲେ। ୨.୩ ଓଭର୍‌ରେ ଦଳୀୟ ସ୍କୋର ୨୪ ଥିବା ବେଳେ ଶ’ ବ୍ୟକ୍ତିଗତ ୧୮ ରନ୍‌ ଦୀପକ ଚହରଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଇନଫର୍ମ ଶ୍ରେୟସ ଆୟର(୨) ମଧ୍ୟ ନିରାଶ କରିଥିଲେ। ତାଙ୍କ ୱିକେଟ ଜୋଶ ହେଜେଲଉଡ ନେଇଥିଲେ।

୫୧ ରନ୍‌ରେ ଦୁଇ ୱିକେଟ ହରାଇଥିବା ଦିଲ୍ଲୀକୁ ଶିଖର ଓ ଋଷଭ ପନ୍ତ ଯୋଡ଼ି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରବୀନ୍ଦ୍ର ଜାଡେଜା ୧୫ ରନ୍‌ କରିଥିବା ପନ୍ତଙ୍କୁ ଆଉଟ କରି ଦିଲ୍ଲୀକୁ ତୃତୀୟ ଝଟକା ଦେଇଥିଲେ। ଧୱନଙ୍କ ସହ ମିଶି ଯୁବ ଖେଳାଳି ରିପାଲ ପଟେଲ କିଛି ସମୟ ଚେନ୍ନାଇ ବୋଲରଙ୍କୁ ନାକେଦମ କରିଥିଲେ। ହେଲେ ଏହି ଯୋଡ଼ିକୁ ରବୀନ୍ଦ୍ର ଜାଡେଜା ଭାଙ୍ଗିଥିଲେ। ସେ ୨୦ ବଲ୍‌ରେ ୧୮ ରନ୍‌ କରିଥିବା ରିପାଲଙ୍କୁ ଆଉଟ କରି ଦିଲ୍ଲୀକୁ ୪ର୍ଥ ଝଟକା ଦେଇଥିଲେ।

୧୪ ଓଭ୍‌ରରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲା ଦିଲ୍ଲୀ। ଗୋଟିଏ ଓଭର୍‌ରେ ଶାର୍ଦ୍ଦୁଲ ଠାକୁର ଯଥାକ୍ରମେ ରବି ଅଶ୍ୱିନ ଓ ଶିଖର ଧୱନଙ୍କୁ ଆଉଟ କରି ଦିଲ୍ଲୀକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ସେ ୧୪ ଓଭର୍‌ର ପ୍ରଥମ ବଲରେ ଅଶ୍ୱିନ(୨)ଙ୍କ ୱିକେଟ ନେଇଥିବା ବେଳେ ଶେଷ ବଲ୍‌ରେ ଧୱନ(୩୯)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଧୱନ ଆଉଟ ହେବା ବେଳକୁ ୩ଟି ଚୌକା ଓ ୨ଟି ଛକା ବଳରେ ୩୯ ରନ୍‌ର ଇନିଂସ ଖେଳିଥିଲେ। ୯୯ ରନ୍‌ରେ ୬ଟି ୱିକେଟ ହରାଇ ଦିଲ୍ଲୀ ସଂଘର୍ଷ ଆରମ୍ଭ କରିଥିଲା। କ୍ରିଜ୍‌ରେ ଶିମରନ ହେଟମେୟର ଥିବାରୁ ଦିଲ୍ଲୀ ତାଙ୍କ ଠାରୁ ବହୁତ କିଛି ଆଶା କରିଥିଲା। ସେ ମଧ୍ୟ ନିରାଶ କରି ନଥିଲେ। ହେଟମେୟର ଦମଦାର ବ୍ୟାଟିଂ କରି ମ୍ୟାଚ୍‌କୁ ଶେଷ ଓଭର୍‌ ଯାଏ ନେଇଥିଲେ। ଶେଷ ଓଭର୍‌ରେ ବିଜୟ ପାଇଁ ୬ ରନ୍‌ ଦରକାର ଥିବା ବେଳେ ୩ୟ ବଲ୍‌ରେ ଅକ୍ଷର ପଟେଲ(୫) ଆଉଟ ହୋଇ ଯାଇଥିଲେ। ୩ ବଲ୍‌ରେ ୨ ରନ୍‌ ଦରକାର ଥିବା ବେଳେ ଡ୍ୱେନ ବ୍ରାଭୋଙ୍କୁ କାଗିସୋ ରାବଡା ଚୌକା ମାରି ଦିଲ୍ଲୀକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ। ହେଟମେୟର ଶେଷ ଯାଏ ୧୮ ବଲ୍‌ରେ ୨୮ ରନ୍‌ ଓ ରାବଡା ୧ ବଲରେ ୪ ରନ୍‌ କରି ଅପରାଜିତ ରହିଥିଲେ।

ଏହା ପୂର୍ବରୁ ଅମ୍ବାତି ରାୟୁଡଙ୍କ ଅପରାଜିତ ୫୫ ରନ୍‌ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଧିମା ୧୮ ରନ୍‌ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୩୫ ରନ୍‌ କରିଥିଲା।

The post ଚେନ୍ନାଇକୁ ଚିତ୍‌ କରି ଶୀର୍ଷରେ ଦିଲ୍ଲୀ appeared first on Odisha Reporter.



from Odisha Reporter https://ift.tt/3mrCRGW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages