ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ହଠାତ୍ ଏହି ୩ ସୋଶାଲ ମିଡିଆ ସଂସ୍ଥାର ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା। ଫେସବୁକ ମାଲିକାନାରେ ଥିବା ଏହି ୩ ସୋଶାଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ମେସେଜ ଓ ଫଟୋ ପୋଷ୍ଟ କରିବାରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଏ ସମ୍ପର୍କରେ ଅନେକ ଲୋକ ଟ୍ୱିଟର୍ରେ ଜଣାଇବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଭାରତ ସମେତ ବିଶ୍ୱର କୋଟିକୋଟି ଲୋକ ଟ୍ୱିଟର୍ରେ ନିଜର ପ୍ରତିକ୍ରିୟା ରଖିବା ଆରମ୍ଭ କରିଥିଲେ। ଫେସବୁକ ପକ୍ଷରୁ ମଧ୍ୟ ଟ୍ୱିଟର୍ରେ ସର୍ଭର ଡାଉନ ଥିବା ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏଥିସହ ସମସ୍ୟା ସାମାଧନ ଦିଗରେ ଇଞ୍ଜିନିୟରମାନେ ଲାଗି ପଡ଼ିଥିବା କହିଥିଲା।
ତେବେ ଦୀର୍ଘ ୬ ଘଣ୍ଟା ପରେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସର୍ଭର ଡାଉନ ପାଇଁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍ କ୍ଷମା ମଧ୍ୟ ମାଗିଛନ୍ତି।
Apologies to everyone who hasn’t been able to use WhatsApp today. We’re starting to slowly and carefully get WhatsApp working again.
Thank you so much for your patience. We will continue to keep you updated when we have more information to share.
— WhatsApp (@WhatsApp) October 4, 2021
ଭୋର ପ୍ରାୟ ୪.୪୭ରେ ହ୍ୱାଟସଆପ୍ ପକ୍ଷରୁ ଟ୍ୱିଟ କରି ସର୍ଭର ଧୀରେଧୀରେ ସ୍ୱାଭାବିକ ହେଉଥିବା ସୂଚନା ଦିଆଯାଇଛି। ହ୍ୱାଟସଆପ କହିଛି, ଯେଉଁମାନେ ସର୍ଭର ଡାଉନ ଯୋଗୁ ହ୍ୱାଟସଆପ ବ୍ୟବହାର କରିପାରି ନଥିଲେ ସେମାନଙ୍କୁ ଆମେ କ୍ଷମା ମାଗୁଛୁ। ଆମେ ଧୀରେଧୀରେ ଓ ସତର୍କତାର ସହ ହ୍ୱାଟସଆପ୍କୁ ଠିକ୍ କରିବାକୁ ଚେଷ୍ଟା କରୁଛୁ। ଏହା ଧୀରେଧୀରେ କାର୍ଯ୍ୟକ୍ଷମ ମଧ୍ୟ ହେଲାଣି। ଆପଣମାନଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ। ଆମେ ଆପଣମାନଙ୍କୁ ଅଧିକ ସୂଚନା ମିଳିବା କ୍ଷଣି ତୁରନ୍ତ ଜଣାଇବୁ ବୋଲି ଏହି ସଂସ୍ଥା କହିଛି।
ଇନଷ୍ଟାଗ୍ରାମ ମଧ୍ୟ ଭୋର ୪.୨୮ରେ ଟ୍ୱିଟ କରି ଏହି ସୋଶାଲ ମିଡିଆ ପ୍ଲାଟଫର୍ମ ଧୀରେଧୀରେ ପୂର୍ବାବସ୍ଥାକୁ ଫେରୁଥିବା ସୂଚନା ଦେଇଛି। ସର୍ଭର ଡାଉନ ପାଇଁ ଇନଷ୍ଟାଗ୍ରାମ ମଧ୍ୟ ଦୁଃଖ ପ୍ରକାଶ କରିଛି।
Instagram is slowly but surely coming back now – thanks for dealing with us and sorry for the wait! https://t.co/O6II13DrMy
— Instagram Comms (@InstagramComms) October 4, 2021
ଅଚଳ ଅବସ୍ଥା ଯୋଗୁ ଫେସବୁକର ଶେୟାର ହଠାତ୍ ୪.୯% ହ୍ରାସ ପାଇଥିଲା। ସାଇବର ବିଶେଷଜ୍ଞମାନେ କହିଛନ୍ତି, କମ୍ପାନୀର ତ୍ରୁଟି ଯୋଗୁ ଏପରି ଘଟଣା ଘଟିଛି। କମ୍ପାନୀ ମଧ୍ୟରେ ଥିବା କୌଣସି ଲୋକଙ୍କ ଅବହେଳା ହିଁ ଏଥିପାଇଁ ଦାୟୀ। ଏହାକୁ କମ୍ପାନୀ ଯାଞ୍ଚ କରି ଭବିଷ୍ୟତରେ ଯେମିତି ପୁଣି ଏମିତି ଘଟଣା ନ ଘଟିବ, ତା’କୁ ନିଶ୍ଚିତ କରିବା ଦରକାର।
The post ଦୀର୍ଘ ୬ ଘଣ୍ଟା ଅଚଳ ପରେ ସଚଳ ହେଉଛି ହ୍ୱାଟସଆପ ଓ ଫେସବୁକ appeared first on Odisha Reporter.
from Odisha Reporter https://ift.tt/3BbjoAl
No comments:
Post a Comment