ପ୍ୟାରିସ: ଆମେରିକୀୟ କମ୍ପାନୀ ଫାଇଜର ଟିକାକୁ ନେଇ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଫାଇଜର ଟିକାର ଦୁଇଟି ଯାକ ଡୋଜ୍ ଜଣେ ବ୍ୟକ୍ତିଙ୍କୁ ଗୁରୁତର କୋଭିଡ୍ରୁ ସୁରକ୍ଷା ଦେଉଛି। ଡେଲ୍ଟା ଭାରିଏଣ୍ଟକୁ ମଧ୍ୟ ଫାଇଜର ଟିକା ମାତ ଦେବାକୁ ସକ୍ଷମ। ଟିକାର ଡବଲ ଡୋଜ୍ ନେଇଥିବା ଲୋକମାନେ ୬ ମାସ ଯାଏ ସିଭିୟର କୋଭିଡରୁ ସୁରକ୍ଷା ପାଇ ପାରୁଛନ୍ତି ବୋଲି ନୂଆ ଗବେଷଣାରୁ ଜଣାପଡ଼ିଛି।
ପୂର୍ବରୁ ଟିକାର କ୍ଲିନିକାଲ ଟ୍ରାଏଲ ବେଳେ ମଧ୍ୟ ଭଲ ଖବର ଆସିଥିଲା। ଫାଇଜର ଟିକା ନେଇଥିବା ଲୋକମାନେ ସଂକ୍ରମିତ ହେଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାରୁ ରକ୍ଷା ପାଉଥିବା ଜଣାପଡ଼ିଥିଲା। ଫାଇଜର ଓ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା Kaiser Permanente ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ରହୁଥିବା ୩.୪ ମିଲିୟନ ଲୋକଙ୍କ ରେକର୍ଡ ଯାଞ୍ଚ କରିଥିଲେ। ଏମାନଙ୍କ ମଧ୍ୟରେ ଡିସେମ୍ବରୁ ଅଗଷ୍ଟ ୨୦୨୧ ମଧ୍ୟରେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଏକ ତୃତୀୟାଂଶ ଲୋକ ରହିଥିଲେ।
ଟିକା ନେବାର ହାରାହାରି ୩ରୁ ୪ ମାସ ପରେ ୭୩ % ଲୋକ ସଂକ୍ରମଣରୁ ରକ୍ଷା ପାଉଥିବା ବେଳେ ଆକ୍ରାନ୍ତ ହେଲେ ମଧ୍ୟ ୯୦% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁନାହିଁ। କିନ୍ତୁ ଟିକା ନେବାର ୫ ମାସ ପରେ ଡେଲ୍ଟା ଭାରିଏଣ୍ଟରୁ ସୁରକ୍ଷା ଦେବାର ହାର ୪୦%କୁ ଖସି ଆସୁଛି। ସମାନ ସମୟରେ ସବୁ ପ୍ରକାରର ଭାରିଏଣ୍ଟର ଦ୍ୱାରା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ବହୁତ କମ ରହୁଛି।
ଆମେରିକା ଓ ଇସ୍ରାଏଲାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଆଧାରରେ ଏପରି ରିପୋର୍ଟ ପ୍ରକାଶ ପାଇଛି। ଗବେଷଣାରେ ସାମିଲ ଥିବା ବିଶେଷଜ୍ଞମାନେ କହିଛନ୍ତି, ୬ ମାସ ଯାଏ ଫାଇଜର ଟିକା ସିଭିୟର କୋଭିଡ ବିରୋଧରେ ସୁରକ୍ଷା ଦେବାକୁ ସକ୍ଷମ। ତେଣୁ ପୂର୍ବ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ଅତିରିକ୍ତ ଡୋଜ୍ର ଆବଶ୍ୟକ ରହିଛି। ଏହାଦ୍ୱାରା ପୂର୍ବରୁ ଟିକା ନେଇଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ଆମେରିକା ପ୍ରଶାସନ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ଦେଇଛି। ସେହିପରି ଫ୍ରାନ୍ସରେ ବୟସ୍କଙ୍କୁ ଅତିରକ୍ତ ଡୋଜ୍ ଦେବାକୁ ନିଷ୍ପତ୍ତି ହୋଇଛି। ଇସ୍ରାଏଲ ଦୁଇଟି ଡୋଜ୍ ଟିକା ନେଇଥିବା ୧୨ ବର୍ଷ ଓ ବୟସ୍କଙ୍କୁ ୫ ମାସ ପରେ ତୃତୀୟ ଡୋଜ ନେବାକୁ କହିଛି।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସମୟରେ ବୁଷ୍ଟର ଡୋଜ୍ର ବ୍ୟବହାର କରିବାକୁ ସବୁ ରାଷ୍ଟ୍ରଙ୍କୁ ବାରଣ କରିଛି। ଦୁଇଟି ଡୋଜ୍ କରୋନା ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ବୋଲି ସଂଗଠନ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଥିଲା।
The post ୬ ମାସ ଯାଏ କରୋନାରୁ ସୁରକ୍ଷା ଦେଉଛି ଫାଇଜର ଟିକା! appeared first on Odisha Reporter.
from Odisha Reporter https://ift.tt/3D3G4TU
No comments:
Post a Comment