ରାଜ୍ୟସଭାରେ ଜଣେ ସାଂସଦଙ୍କ ଉପସ୍ଥାନ ୧୦୦%, ଜାଣନ୍ତୁ ନେତା ଜଣଙ୍କ କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ରାଜ୍ୟସଭାରେ ଜଣେ ସାଂସଦଙ୍କ ଉପସ୍ଥାନ ୧୦୦%, ଜାଣନ୍ତୁ ନେତା ଜଣଙ୍କ କିଏ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଲୋକପ୍ରତିନିଧିଙ୍କ ଅନୁପସ୍ଥିତି ଏବେ ଚିନ୍ତାର ବିଷୟ ହୋଇଛି। ଅନେକ ସମୟରେ ସାଂସଦମାନେ ଗୃହରେ ଉପସ୍ଥିତ ରହୁ ନଥିବା ରିପୋର୍ଟ ଆସୁଛି। ଏସବୁ ଭିତରେ ଏମିତି ଜଣେ ନେତା ଅଛନ୍ତି ଯିଏ ରାଜ୍ୟସଭାର ଶେଷ ୭ଟି ଯାକ ଅଧିବେଶନର କୌଣସି ଗୋଟିଏ ଦିନ ମଧ୍ୟ ଗୃହକୁ ଆସିବା ବନ୍ଦ କରି ନାହାନ୍ତି।

୭ଟି ଯାକ ଅଧିବେଶନରେ ତାଙ୍କ ଉପସ୍ଥାନ ୧୦୦% ରହିଛି। ଉକ୍ତ ରାଜ୍ୟସଭା ସାଂସଦ ଜଣଙ୍କ ହେଲେ ଏଆଇଏଡିଏମକେର ଏସଆର ବାଲାସୁବ୍ରମଣିୟନ। ୭୫ ବର୍ଷୀୟ ବାଲାସୁବ୍ରମଣିୟନ ଗଲା ୭ଟି ଅଧିବେଶନର ସମସ୍ତ ୧୩୮ଟି କାର୍ଯ୍ୟଦିବସରେ ରାଜ୍ୟସଭାରେ ଉପସ୍ଥିତ ରହିଥିବା ଗୃହର ଉପସ୍ଥାନ ଖାତାରୁ ଜଣାପଡ଼ିଛି।

ରାଜ୍ୟସଭାର ସଚିବାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୭ଟି ଅଧିବେଶନକୁ ଦେଖିଲେ ହାରାହାରି ୭୮% ସାଂସଦ ହିଁ ରାଜ୍ୟସଭାର ଦୈନିନ୍ଦନି କାର୍ଯ୍ୟବେଳେ ଗୃହରେ ଉପସ୍ଥିତ ରହୁଛନ୍ତି। ଏପରି ସ୍ଥିତିରେ ବାଲାସୁବ୍ରମଣିୟନ ଏକମାତ୍ର ସାଂସଦ ଯିଏ ସବୁ କାର୍ଯ୍ୟ ଦିବସରେ ଉପସ୍ଥିତ ରହିଛନ୍ତି।

ଯଦି ଆମେ କୌଣସି ଗୋଟିଏ ଅଧିବେଶନକୁ ବିଚାରକୁ ନେବା, ତା’ହେଲେ କେବଳ ୩୦% ସାଂସଦଙ୍କ ପୂର୍ଣ୍ଣ ଉପସ୍ଥାନ ରହିଛି। ଶୂନ ଉପସ୍ଥାନର ହାର ୨%ରୁ କମ ରହିଛି। ୫ ଜଣ ସାଂସଦ ଅଶୋକ ବାଜପାଇ, ଡିପି ବ୍ୟାସ, ନୀରଜ ଶେଖର, ବିକାଶ ମହାତ୍ମେ ଓ ରାମକୁମାର ବର୍ମା ୬ଟି ଅଧିବେଶନରେ ରାଜ୍ୟସଭାରେ ସଂପୂର୍ଣ୍ଣ ଭାବେ ଉପସ୍ଥିତ ରହିଛନ୍ତି।

ଗତ ୫ଟି ଅଧିବେଶନରେ ରାକେଶ ସିହ୍ନା, ସୁଧାଂଶୁ ତ୍ରିବେଦୀ, ଡା କୈଳାସ ସୋନି, ନରେଶ ଗୁଜରାଲ, ବିଶମ୍ବର ପ୍ରସାଦ ନିଶାଦ, କୁମାର କେଟକର ଏବଂ ଆମି ୟାଗନିକଙ୍କ ଉପସ୍ଥାନ ୧୦୦% ରହିଛି।

ଏଆଇଏଡିଏମକେର ଏସଆର ବାଲାସୁବ୍ରମଣିୟନ

ରାଜ୍ୟସଭାରେ ଉପସ୍ଥାନ ସମ୍ପର୍କରେ ଜାଣିବା ପାଇଁ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ଉପସ୍ଥାନ ପ୍ରକ୍ରିୟାକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ରାଜ୍ୟସଭାକୁ ଆସୁଥିବା ମନ୍ତ୍ରୀ, ଗୃହର ଉପାଧ୍ୟକ୍ଷ, ଗୃହର ନେତା ଓ ଗୃହର ବିରୋଧୀ ଦଳ ନେତାମାନଙ୍କୁ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ପଡ଼ି ନଥାଏ। ତେବେ ସଂସଦର ସଦସ୍ୟ ଆକ୍ଟ ଅନୁସାରେ ୨୨୫ ଜଣ ସଦସ୍ୟଙ୍କୁ ରାଜ୍ୟସଭାର ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ପଡ଼ିଥାଏ।

ରିପୋର୍ଟ ଅନୁସାରେ, ଶେଷ ମୌସୁମୀ ଅଧିବେଶରେ ଦୈନିକ ଉପସ୍ଥାନ ରେକର୍ଡ ୮୨.୫୭% ରହିଥିଲା। ମହାମାରୀ ସମୟରେ ମଧ୍ୟ ରାଜ୍ୟସଭା ଉପସ୍ଥାନ ସେତେଟା ପ୍ରଭାବିତ ହୋଇନାହିଁ। ୯୯ ଜଣ ସାଂସଦ କରୋନା ପରେ ଆରମ୍ଭ ହୋଇଥିବା ରାଜ୍ୟସଭାର ପ୍ରଥମ ଅଧିବେଶନରେ ସଂପୂର୍ଣ୍ଣ ଭାବେ ଉପସ୍ଥିତ ରହିଥିଲେ। ଏହି ସମୟରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା।

The post ରାଜ୍ୟସଭାରେ ଜଣେ ସାଂସଦଙ୍କ ଉପସ୍ଥାନ ୧୦୦%, ଜାଣନ୍ତୁ ନେତା ଜଣଙ୍କ କିଏ appeared first on Odisha Reporter.



from Odisha Reporter https://ift.tt/3a96Ei6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages