ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ନେବାକୁ ବିଜେପି ରଚିଛି ‘ଡ୍ରଗ୍ସ ଷଡ଼ଯନ୍ତ୍ର’: ନବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 28, 2021

ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ନେବାକୁ ବିଜେପି ରଚିଛି ‘ଡ୍ରଗ୍ସ ଷଡ଼ଯନ୍ତ୍ର’: ନବାବ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ସମାଲୋଚନା କରି ଆସୁଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବେ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ନବାବ କହିଛନ୍ତି, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ଏକ ଷଡ଼ଯନ୍ତ୍ର। ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଛି। ବଲିଉଡ୍‌କୁ ବଦନାମ କରିବାକୁ ଏହି ଷଡ଼ଯନ୍ତ୍ର କରାଯାଇଛି। କିଛି ମାସ ତଳେ ଫିଲ୍ମ ଜଗତ ସହିତ ସଂପୃକ୍ତ କେତେକ ବ୍ୟକ୍ତି ବିଶେଷ ନୋଏଡାରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିବା କଥା ବି ସେ କହିଛନ୍ତି।

ଏହା ସହିତ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ସେ ପୁଣି ଆକ୍ରମଣ କରିଛନ୍ତି। ସମୀର ଭୟଭୀତ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି।

ନବାବ କହିଛନ୍ତି, ମୁମ୍ବାଇ ପୁଲିସ୍ ଯେପରି ତାଙ୍କୁ ଗିରଫ କରିପାରିବ ନାହିଁ, ସେଥିପାଇଁ ନିର୍ଦ୍ଦେଶ ଦେବାକୁ ସମୀର ୱାଙ୍ଖେଡେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ସୁରକ୍ଷା ଦେବାକୁ ଗତ ସପ୍ତାହରେ ସେ ମୁମ୍ବାଇ ପୁଲିସ୍‌କୁ ଅନୁରୋଧ କରିଥିଲେ। ସେ ନିଶ୍ଚିତ କିଛି ଭୁଲ୍ କରିଛନ୍ତି। ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଭୟ କରୁଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇ ପୁଲିସ୍ ବମ୍ବେ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ତିନି ଦିନର ନୋଟିସ୍ ନ ଦେଇ ସେମାନେ ସମୀର ୱାଙ୍ଖେଡେଙ୍କୁ ଗିରଫ କରିବେ ନାହିଁ। ୱାଙ୍ଖେଡେ ଧମକ ଦେଇ ଟଙ୍କା ଆଦାୟ କରିଥିବା ଭଳି ଅଭିଯୋଗ ହୋଇଛି। ସେହିଭଳି ବେଆଇନ ଭାବେ ଫୋନ୍ ଟ୍ୟାପିଂ କରୁଥିବା ତଥା ମିଛ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଭଳି ଅଭିଯୋଗ ବି ତାଙ୍କ ନାଁରେ ଆସିଛି।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଗତକାଲି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସହିତ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗତକାଲି ଜାମିନ୍ ମିଳିଛି।

The post ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ନେବାକୁ ବିଜେପି ରଚିଛି ‘ଡ୍ରଗ୍ସ ଷଡ଼ଯନ୍ତ୍ର’: ନବାବ appeared first on Odisha Reporter.



from Odisha Reporter https://ift.tt/3Gw7Pa8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages