‘ଚିକେନ୍ ଜାଫରାନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 28, 2021

‘ଚିକେନ୍ ଜାଫରାନୀ’

ଆବଶ୍ୟକ ସାମଗ୍ରୀ: ଚିକେନ, କେଶର, ଦହି, ଡାଲଚିନି, ଗୁଜୁରାତି, ଲବଙ୍ଗ, ଅଦା, ରସୁଣ, ପିଆଜ ବଟା, କାଜୁ ପେଷ୍ଟ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଚିକେନ୍ ମସଲା, ତେଲ ଓ ଲୁଣ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବଜାରରୁ କିଛି ଚିକେନ ଆଣନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୋଟା ଗରମ ମସଲା- ଡାଲଚିନି, ଗୁଜୁରାତି ଓ ଲବଙ୍ଗ ପକାନ୍ତୁ। ଏହା ପରେ ସେଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କଷନ୍ତୁ। ପରେ ସେଥିରେ କଟା କଞ୍ଚା ଲଙ୍କା ଓ ଚିକେନ ମସଲା ପକାଇ କଷନ୍ତୁ।

ମସଲା କଷି ହୋଇଯିବା ପରେ ସେଥିରେ କାଜୁ ପେଷ୍ଟ ଓ ଦହି ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା ପରେ ସେଥିରେ ଚିକେନ ପକାଇ ଭଲ ପୁଣି କଷନ୍ତୁ । ଚିକେନ କଷି ହୋଇଗଲା ପରେ ସେଥିରେ ଗରମ ମସଲା ଗୁଣ୍ଡ ଓ ଅଳ୍ପ କେଶର ପକାଇ ଅଳ୍ପ କିଛି ସମୟ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘୋଡ଼ଣୀ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଚିକେନ୍ ଜାଫରାନୀ’ । ଏହାକୁ ଏକ ପାତ୍ରକୁ କାଢ଼ି ତା’ ଉପରେ କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ।

 

The post ‘ଚିକେନ୍ ଜାଫରାନୀ’ appeared first on Odisha Reporter.



from Odisha Reporter https://ift.tt/2Zxm25w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages