ଜାମିନ୍ ଶୁଣାଣି ପୂର୍ବରୁ ବଢ଼ିଲା ଆର୍ଯ୍ୟନଙ୍କ ମୁସ୍କିଲ୍‌; ଜଣେ ଅଭିନେତ୍ରୀଙ୍କ ସହିତ ଡ୍ରଗ୍ସ ବିଷୟରେ ହୋଇଥିଲେ କଥାବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 19, 2021

ଜାମିନ୍ ଶୁଣାଣି ପୂର୍ବରୁ ବଢ଼ିଲା ଆର୍ଯ୍ୟନଙ୍କ ମୁସ୍କିଲ୍‌; ଜଣେ ଅଭିନେତ୍ରୀଙ୍କ ସହିତ ଡ୍ରଗ୍ସ ବିଷୟରେ ହୋଇଥିଲେ କଥାବାର୍ତ୍ତା

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଜେଲ୍‌ରେ ଥିବା ବଲିଉଡ୍‌ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଅଡ଼ୁଆ ବଢ଼ିଛି। ଆଜି ତାଙ୍କର ଜାମିନ୍ ଶୁଣାଣି ହେବାକୁ ଥିବା ବେଳେ ତା’ପୂର୍ବରୁ କୋର୍ଟରେ ତାଙ୍କ ବିରୋଧରେ ଆଉ କିଛି ତଥ୍ୟ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଅକ୍ଟୋବର ୨ରେ କ୍ରୁଜ୍ ପାର୍ଟି ବେଳେ ସେ ବଲିଉଡ୍‌ର ଜଣେ ଅପ୍‌କମିଂ ଅଭିନେତ୍ରୀଙ୍କ ସହିତ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ମଧ୍ୟରେ ଡ୍ରଗ୍ସ ନେଇ ହୋଇଥିବା ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋର୍ଟରେ ଦାଖଲ କରିଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହି ଖବର ଅନୁଯାୟୀ, ଆର୍ଯ୍ୟନ ଓ ଉକ୍ତ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲା। ପୂର୍ବ ଶୁଣାଣି ବେଳେ ଏନ୍‌ସିବି ପକ୍ଷରୁ ସେମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଚାଟ୍ ମେସେଜ୍ ଗୁଡ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା। ଏହା ସହିତ କିଛି ଡ୍ରଗ୍ସ ବିକ୍ରେତାଙ୍କ ସହିତ ଆର୍ଯ୍ୟନଙ୍କର ହୋଇଥିବା ଚାଟ୍ ମେସେଜ୍‌କୁ ମଧ୍ୟ କୋର୍ଟରେ ଦାଖଲ କରିଥିଲା ଏନ୍‌ସିବି। ତେବେ ବଲିଉଡ୍‌ର ଏହି ଅପ୍‌କମିଂ ଅଭିନେତ୍ରୀ ଜଣଙ୍କ କିଏ, ସେ ନେଇ କିଛି ସୂଚନା ମିଳିନାହିଁ।

ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ। ଅକ୍ଟୋବର ୨ରେ ମୁମ୍ବାଇରେ କ୍ରୁଜ୍‌ ପାର୍ଟିରେ ଚଢ଼ାଉ ପରେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ଏନ୍‌ସିବି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେଲ୍‌ରେ ରଖାଯାଇଛି।

The post ଜାମିନ୍ ଶୁଣାଣି ପୂର୍ବରୁ ବଢ଼ିଲା ଆର୍ଯ୍ୟନଙ୍କ ମୁସ୍କିଲ୍‌; ଜଣେ ଅଭିନେତ୍ରୀଙ୍କ ସହିତ ଡ୍ରଗ୍ସ ବିଷୟରେ ହୋଇଥିଲେ କଥାବାର୍ତ୍ତା appeared first on Odisha Reporter.



from Odisha Reporter https://ift.tt/3GdjgUa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages