ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ଫେରିଲେ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ଫେରିଲେ ଟିମ୍‌

ମସ୍କୋ: ଇତିହାସରେ ପ୍ରଥମ। ମହାକାଶରେ ଶୁଟିଂ ହୋଇଛି ଫିଲ୍ମ। ଏହି ଶୁଟିଂ ଏବେ ଶେଷ ହୋଇଛି। ଫିଲ୍ମ ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ବିତାଇଥିଲେ ଟିମ୍‌।

‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

ମହାକାଶରେ ଏହା ହେଉଛି ପ୍ରଥମ ଫିଲ୍ମ, ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ଶୁଟିଂ କରାଯାଇଛି। ରବିବାର ଦିନ ଅନ୍ତର୍ଜାତୀୟ ସମୟ ରାତି ୧.୧୫ ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ବାହାରିଛି। ଜଣେ ମହାକାଶଚାରୀ ଏବଂ ଦୁଇଜଣ ରୁଷୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛି।

ଏହି ରକେଟରେ ଓଲେଗ ନୋଭିଟସ୍କି, ୟୁଲିଆ ପେରେସିଲ୍ଡ ଏବଂ କ୍ଲିମ ସିପେଙ୍କୋ ଅଛନ୍ତି। ଅଭିନେତ୍ରୀ ପେରେସିଲ୍ଡ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିପେଙ୍କୋ ଅକ୍ଟୋବର ୫ ରେ “ଚ୍ୟାଲେଞ୍ଜ” ନାମକ ଫିଲ୍ମ ଶୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ।

କାହାଣୀ ଅନୁଯାୟୀ ଏହି ଫିଲ୍ମରେ ସର୍ଜନ ଭୂମିକାରେ ଅଭିନୟ କରୁଥିବା ପେରେସିଲ୍ଡଙ୍କୁ ଜଣେ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବାକୁ ଏକ ସ୍ପେସ୍ ଷ୍ଟେସନକୁ ଯିବାକୁ ପଡେ। ଯାହାର କି ମହାକାଶ କକ୍ଷପଥରେ ତୁରନ୍ତ ଅପରେସନ୍‌ କରିବାକୁ ପଡେ। ସ୍ପେସ୍ ଷ୍ଟେସନରେ ୬ ମାସରୁ ଅଧିକ ସମୟ ବିତାଇଥିବା ନୋଭିତ୍ସକି ଏହି ଫିଲ୍ମରେ ଜଣେ ଅସୁସ୍ଥ ମହାକାଶଚାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ମହାକାଶଯାନ କାଜାଖସ୍ତାନରେ ଅବତରଣ କରିବ ବୋଲି ଆଶା କରାଯାଉଛି।

ସୂଚନା ମୁତାବକ, ଏହାପୂର୍ବରୁ ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବ ବୋଲି ଗତବର୍ଷ ହଲିଉଡ୍‌ ଘୋଷଣା କରିଥିଲା।

The post ମହାକାଶରେ ସରିଲା ପ୍ରଥମ ଫିଲ୍ମ ଶୁଟିଂ, ଫେରିଲେ ଟିମ୍‌ appeared first on Odisha Reporter.



from Odisha Reporter https://ift.tt/3mVCUeq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages