ପୁଣି ଦୋଷୀ ସାବ୍ୟସ୍ତ ହେଲେ ଗୁରମିତ ରାମ ରହିମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଗୁରମିତ ରାମ ରହିମ

ଚଣ୍ଡିଗଡ: ପୁଣିଥରେ ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ। ହରିୟାଣା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ଗୁରୁମିତଙ୍କ ସମେତ ଅନ୍ୟ ୫ ଜଣ ଆଇପିସି ଧାରା ୩୨୦, ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୧୨ ତାରିଖରେ କୋର୍ଟ ଏହି ୫ ଜଣଙ୍କ ଦଣ୍ଡାଦେଶ ଘୋଷଣା କରିବେ।

ପଞ୍ଚକୁଲାର ଡେରାରେ ଜଣେ ସ୍ୱାଧୀଙ୍କୁ କଥିତ ରୂପେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଡେରା ମ୍ୟାନେଜର ରଣଜିତ ସିଂଙ୍କ ଡେରା ପ୍ରମୁଖ ଗୁରମିତି ରାମ ରହିମଙ୍କ ସହ ମତଭେଦ ବଢ଼ି ଚାଲିଥିଲା। ଏହାପରେ ୨୦୦୨ ଜୁଲାଇ ୧୦ ତାରିଖରେ କୁରୁକ୍ଷେତ୍ର ଜିଲ୍ଲା ଖାନପୁର କୋଲିୟାନ ଗାଁରେ ତାଙ୍କ ଚାଷ ନିକଟରେ ଉକ୍ତ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଏହାପରେ ରଣଜିତଙ୍କ ପୁଅ ଜଗସିର୍‌ ସିଂହ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ନାଁରେ ପୁଲିସରେ ମାମଲା ରୁଜୁ କରିଥିଲେ।

ଗୁରୁମିତ ରାମ ରହିମ ବର୍ତ୍ତମାନ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛନ୍ତି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୁଇଜଣ ସ୍ୱାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ। ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ତାଙ୍କୁ ସିରସା ଭିତ୍ତିକ ସାମ୍ବାଦିକ ରାମ ଚାନ୍ଦ ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

The post ପୁଣି ଦୋଷୀ ସାବ୍ୟସ୍ତ ହେଲେ ଗୁରମିତ ରାମ ରହିମ appeared first on Odisha Reporter.



from Odisha Reporter https://ift.tt/3AruujE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages