ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟ (GIS)ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର। କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି।
ପୂର୍ବରୁ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ‘ ପାଉଥିବା କର୍ମଚାରୀଙ୍କୁ ଜିଆଇଏସ୍ ବାବଦରେ ୭ ହଜାର ୫୦୦ ଟଙ୍କା ଦିଆଯାଉଥିଲା। ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫ ହଜାର ୪୦୦ କିମ୍ବା ଏହାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ଜିଆଇଏସ୍ ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
କର୍ମଚାରୀମାନଙ୍କ ପାଇଁ ଜିଆଇଏସ୍ ଏକ ସାମାଜିକ ସୁରକ୍ଷା ଯୋଜନା। ଚାକିରିରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫ ହଜାର ୪୦୦ ବା ତାଠାରୁ ଊର୍ଦ୍ଧ୍ୱ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
The post କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/3myvkpS
No comments:
Post a Comment