ପଞ୍ଜାବ କଂଗ୍ରେସର ଇନଚାର୍ଜ ପଦରୁ ହଟିବେ ହରିଶ ରାୱତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ପଞ୍ଜାବ କଂଗ୍ରେସର ଇନଚାର୍ଜ ପଦରୁ ହଟିବେ ହରିଶ ରାୱତ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ହଟଚମଟ ଜାରି ରହିଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ପରେ ରାଜ୍ୟର କଂଗ୍ରେସ ମୁଖ୍ୟ ଇସ୍ତଫା ଦେବା ପରେ ଏବେ ଦଳର ଇନଚାର୍ଜଙ୍କ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ପଞ୍ଜାବର କଂଗ୍ରେସ ଇନଚାର୍ଜ ଭାବେ କାମ କରୁଥିବା ହରିଶ ରାୱତଙ୍କୁ ପଦରୁ ହଟାଯିବ ବୋଲି ଜଣାପଡ଼ିଥି। ତାଙ୍କ ବଦଳରେ ହରିଶ ଚୌଧୁରୀ ଏହି ଦାୟିତ୍ୱ ନେବେ।

ପୂର୍ବରୁ ହରିଶ ରାୱତ ପଞ୍ଜାବ ଇନ ଚାର୍ଜ ଭାବେ କାମ କରୁଥିବା ବେଳେ ହରିଶ ଚୌଧୁରୀ ଦଳର ନରୀକ୍ଷକ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ। ହରିଶ ଚୌଧୁରୀଙ୍କ ସମ୍ପର୍କ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ମୁଖିଆ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁଙ୍କ ସହ ଭଲ ରହିଛି।

ନିକଟରେ ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକ ବେଳେ ହରିଶ ଚୌଧୁରୀ ଉପସ୍ଥିତ ଥିଲେ। ଏହି ସମୟରେ ଚନ୍ନିଙ୍କ ସମେତ ଚୌଧୁରୀ ମଧ୍ୟ ସିଦ୍ଧୁଙ୍କୁ ନିଜ ଇସ୍ତଫାପତ୍ର ଫେରାଇ ନେବାକୁ ବୁଝାଇଥିଲେ। ସିଦ୍ଧୁ ନିଜର ଦାବି ଉପସ୍ଥାପନ କରିବା ବେଳେ ଚୌଧୁରୀ ଓ ଚନ୍ନି ସବୁକିଛିର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହାପରେ ସିଦ୍ଧୁ ନିଜର ମନ ବଦଳାଇଥିବା କୁହାଯାଉଛି। ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କଳିକୁ ଚୌଧୁରୀ କିଛି ମାତ୍ରାରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିବାରୁ ତାଙ୍କୁ ହରିଶ ରାୱତଙ୍କ ବଦଳରେ ତାଙ୍କୁ ଇନଚାର୍ଜ କରିବାକୁ ଯୋଜନା ହେଉଛି।

ଅନ୍ୟପକ୍ଷରେ ହରିଶ ରାୱତ ଓ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ରାୱତ ଇସ୍ତଫା ଦେଇଥିବା ଅମରିନ୍ଦର ସିଂହଙ୍କୁ ନିଜର ପ୍ରତିଶ୍ରୁତି ପୂରଣ କରି ନଥିବାରୁ ସମାଲୋଚନା କରିଥିଲେ। ଏଥିସହ କଂଗ୍ରେସରେ ସେ ହଇରାଣ ହେଉଥିବା ନେଇ ସେ ଯେଉଁ ଦାବି କରିଥିଲେ, ତା’କୁ ମଧ୍ୟ ହରିଶ ରାୱତ ଖଣ୍ଡନ କରିଥିଲେ।

ଏହାର ଜବାବ ଦେଇ ଅମରିନ୍ଦର ସିଂହ ମଧ୍ୟ ହରିଶ ରାୱତଙ୍କୁ ଟାର୍ଗେଟ କରିଥିଲେ। ଏସବୁ ଭିତରେ ହରିଶ ପଞ୍ଜାବ ଇନଚାର୍ଜ ପଦରୁ ହଟିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

The post ପଞ୍ଜାବ କଂଗ୍ରେସର ଇନଚାର୍ଜ ପଦରୁ ହଟିବେ ହରିଶ ରାୱତ appeared first on Odisha Reporter.



from Odisha Reporter https://ift.tt/3mi17v5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages