ଭୁଲ୍‌ରେ ବି କରନ୍ତୁ ନି ଏପରି କାମ, ଧାର କରଜରୁ ମୁକୁଳିବା ହୋଇଯିବ କଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ଭୁଲ୍‌ରେ ବି କରନ୍ତୁ ନି ଏପରି କାମ, ଧାର କରଜରୁ ମୁକୁଳିବା ହୋଇଯିବ କଷ୍ଟ

ଭଲ ତଥା ଆରାମଦାୟକ ଜୀବନ ବଞ୍ଚିବାକୁ ସମସ୍ତଙ୍କ ମନରେ ଇଚ୍ଛା ଥାଏ। ହେଲେ ବେଳେବେଳେ କଠିନ ପରିଶ୍ରମ ସତ୍ତ୍ୱେ କୌଣସି ଫଳ ମିଳି ନ ଥାଏ। ଆର୍ଥିକ ସ୍ଥିତିରେ ସୁଧାର ଆସି ନ ଥାଏ। ଫଳରେ ନିଜ ପାଇଁ ତଥା ନିଜ ପରିବାର ପାଇଁ ସୁଖ, ସଚ୍ଛନ୍ଦ ଯୋଗାଡ଼ କରିବା କଷ୍ଟକର ହୋଇପଡ଼େ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ହୁଏତ ଆପଣ ନିଜ ଅଜଣାତରେ କରୁଥିବା କିଛି ଭୁଲ୍‌ କାମ ପାଇଁ ଏପରି ଆର୍ଥିକ ଦୁଃସ୍ଥିତିର ସାମନା ହୋଇଥାଇ ପାରୁଥାନ୍ତି । ଏପରିକି କିଛି ଭୁଲ୍‌ କାମ ପାଇଁ ହୁଏତ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡ଼ିପାରେ। ତେଣୁ ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ।  ଆସନ୍ତୁ ଜାଣି ରଖିବା ଏପରି କିଛି କାମ ସମ୍ପର୍କରେ।

ବାସ୍ତୁ ଅନୁଯାୟୀ, ରୋଷେଇ ଘରକୁ ସବୁବେଳେ ସଫା ସୁତୁରା ରଖିବା ଦରକାର। ତେଣୁ ଭୋଜନ ପ୍ରସ୍ତୁତ କରିବା ପରେ ତତ୍‌କ୍ଷଣାତ ରୋଷେଇ ଘରକୁ ସଫା କରନ୍ତୁ। ଏହାବାଦ ରାତିରେ ଶୋଇବା ପୂର୍ବରୁ ମଧ୍ୟ କୌଣସି ଅଇଁଠା ବାସନ ରୋଷେଇ ଘରେ ପକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଯଥାସମ୍ଭବ ରାତିରେ ହିଁ ଏହାକୁ ସଫା କରିବା କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ ।

ବହୁ ସମୟରେ ଆମେ ଦେଖିଥାଉ କର୍ମ ବ୍ୟସ୍ତତା ହେତୁ, ବା ଅଫିସ୍‌ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଲୋକେ ବେଡ ଉପରେ ହିଁ ଭୋଜନ ଗ୍ରହଣ କରିଦେଇଥାନ୍ତି। କିନ୍ତୁ ବାସ୍ତୁ ଅନୁଯାୟୀ, ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି  ଓ ସବୁବେଳେ ଧାରକରଜ ବଢ଼ିଥାଏ।

Representational Image

ବାସ୍ତୁ ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଦହି, ଆଚାର ଆଦି ଖଟା ଜିନିଷ କାହାକୁ ଦେବା ଉଚିତ ନୁହେଁ। ଏହାଦ୍ୱାରା ଘରର ଆର୍ଥିକ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ। ଏହାବାଦ ସନ୍ଧ୍ୟା ପରେ କାହାକୁ ଲୁଣ ଦେବା ଉଚିତ ନୁହେଁ।

ବାଥରୁମ୍‌ରେ ଥିବା ବାଲଟିରେ ସବୁବେଳେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହାକୁ ଖାଲି ରଖିଲେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

The post ଭୁଲ୍‌ରେ ବି କରନ୍ତୁ ନି ଏପରି କାମ, ଧାର କରଜରୁ ମୁକୁଳିବା ହୋଇଯିବ କଷ୍ଟ appeared first on Odisha Reporter.



from Odisha Reporter https://ift.tt/3B4smQ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages